fbpx

ସରକାରୀ କମ୍ପାନୀରେ ୱାକ୍ ଇନ୍ ଇଣ୍ଟରଭ୍ୟୁରୁ ପାଆନ୍ତୁ ଚାକିରି: ୨,୫୦,୦୦୦ ପର୍ଯ୍ୟନ୍ତ ଦରମା ମିଳିବାର ସୁଯୋଗ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପିଏସୟୁରେ ନିଯୁକ୍ତି ବାହାରିଛି । ପବ୍ଲିକ୍ ସେକ୍ଟର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ସେଲର ଭିଲାଇ ୟୁନିଟ୍ ଇକାଇରେ GDMO ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଖାସ୍ କଥା ହେଉଛି ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ । ବରଂ କେବଳ ୱାକ୍ ଇନ୍ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ।

ପଦବୀ ପାଇଁ ଧାର୍ଯ୍ୟ ଯୋଗ୍ୟତାର ସର୍ତ୍ତ ପୂରଣ କରୁଥିବା ପ୍ରାର୍ଥୀମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାରେ ୬ ଫେବୃଆରୀ ୨୦୨୩ ରେ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିପାରିବେ । ଇଣ୍ଟରଭ୍ୟୁ ପାଇଁ ରିପୋର୍ଟ ସମୟ ହେଉଛି ସକାଳ ୯:୩୦ ।

Human Resource Development Centre,
(Near BSP Main Gate),

Bhilai Steel Plant, Bhilai 490001

ଯୋଗ୍ୟତା :-
ପୋଷ୍ଟଗୁଡିକ ପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ MBBSରୁ DM, DNB ଏବଂ ଅନ୍ୟାନ୍ୟ ଡିଗ୍ରୀ ଖୋଜାଯାଇଛି ।

ଦରମା :-
ସୁପର ସ୍ପେଶାଲିଷ୍ଟ – ୨,୫୦,୦୦୦ ଟଙ୍କା ।
ସ୍ପେଶାଲିଷ୍ଟ – ୧,୨୦,୦୦୦ ଟଙ୍କା ।
GDMO – ୯୦,୦୦୦ ଟଙ୍କା ।
ଏହା ସହ ଇଣ୍ଟରଭ୍ୟୁ ସମୟରେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହିତ ନେଇ ଯିବାକୁ ପଡ଼ିବ ।

Get real time updates directly on you device, subscribe now.