fbpx

ଚାକିରିଆଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ବୃଦ୍ଧି ହେବ ସମସ୍ତଙ୍କର ଦରମା

ନୂଆଦିଲ୍ଲୀ, ୧୪ା୪: ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଏହି ପରିସ୍ଥିତିରେ ଲକଡାଉନ ଓ କର୍ଫ୍ୟୁ ବଳବତ୍ତର ରହୁଥିବାରୁ ଲୋକମାନେ ନିଜ ନିଜର ଚାକିରିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଚାକିରିଆଙ୍କ ପାଇଁ ଏକ ଖୁସି ଖବର ଆସିଛି । ସମସ୍ତ ଚାକିରିଆଙ୍କର ଦରମା ୧୦ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି ।

ସର୍ଭେରୁ ଜଣାପଡ଼ିଛି ଯେ, କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କର ଦରମା ୫ରୁ ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏହି ସର୍ଭେରେ ୧୨ ଶହଟି କମ୍ପାନୀକୁ ସାମିଲ କରାଯାଇଥିଲା । ୫୯ ପ୍ରତିଶତ କମ୍ପାନୀ ବେତନ ବୃଦ୍ଧି କରିବା ସପକ୍ଷରେ ରହିଥିବା ବେଳେ ୨୦ ପ୍ରତିଶତ କମ୍ପାନୀ ୫% ବୃଦ୍ଧି କରିବେ । ସେହିପରି ଅବଶିଷ୍ଟ ୨୧ ପ୍ରତିଶତ କମ୍ପାନୀ ଦରମା ବୃଦ୍ଧି କରିବା ସପକ୍ଷରେ ନାହାନ୍ତି ବୋଲି ଜଣାପଡ଼ିଛି । ଏହି ସର୍ଭେରେ ବ୍ୟାଙ୍କିଂ, ବିପିଓ, ଇଞ୍ଜିନିୟରିଂ, ଟୁରିଜିମ୍, ମିଡ଼ିଆ, ମେଡିକାଲ ରିୟଲ ଇଷ୍ଟେଟ ଭଳି କମ୍ପାନୀଙ୍କୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.