fbpx

ପେନସନଭୋଗୀଙ୍କ ପାଇଁ ଆସିଲା ଖୁସି ଖବର, ଏତିକି ଦରମା ବୃଦ୍ଧି ପାଇବ!

ନୂଆଦିଲ୍ଲୀ: ବର୍ତ୍ତମାନ ପେନସନ ଭୋଗୀଙ୍କ ଦରମାରେ ବୃଦ୍ଧି ନେଇ ଆସିଲା ଖୁସି ଖବର । ଏଥର ବୟୋଜ୍ୟେଷ୍ଠ ଏବଂ ବିଧବା ମାନଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୁସି ଖବର ଆଣିଛନ୍ତି । ୨୦୨୩ ବର୍ଷ ବଜେଟରେ ସରକାର ଏହି ଲୋକଙ୍କ ପେନସନ ବଢାଇବା ନେଇ ନିଷ୍ପତ୍ତି ନେଇପାରନ୍ତି । ଆସନ୍ତା ନବବର୍ଷର ଫେବୃଆରୀ ୧ତାରିଖରେ ବଜେଟ ବସିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏଥର ବଜେଟରେ ପେନସନ ଭୋଗୀଙ୍କ ଦରମାରେ କେତେ ଟଙ୍କା ବୃଦ୍ଧି ହେବ ।

ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ମାନେ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହି ଦାବିକୁ ସୋସିଆଲ ସିକ୍ୟୁରିଟି ହାତରେ ଜଣାଯାଇଛି । ଏହା ସହିତ ମାତୃତ୍ୱ ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଦାବି ରହିଛି ଏହି ଚିଠିରେ । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେସନାଲ ଓଲ୍ଡ ଏଜ ପେନସନ ସ୍କିମରେ କେନ୍ଦ୍ର ସରକାର ୨୦୦୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାସକୁ ୨୦୦ଟଙ୍କା ପେନସନ ଦେଉଛନ୍ତି ।

ଅର୍ଥନୀତିଜ୍ଞଙ୍କ ମତରେ ଏହା ପ୍ରକୃତରେ ଠିକ ନୁହେଁ, କାରଣ ଆଜିକାଲି ଯେଉଁପରି ଦର ବୃଦ୍ଧି ହେଉଛି ତାକୁ ୨୦୦ ଟଙ୍କାରେ ତୁଳନା କଲେ ଖୁବ୍ କମ ହେବ । କେନ୍ଦ୍ର ସରକାର ଏହାକୁ ବଢାଇ ପ୍ରତି ମାସକୁ ୫୦୦ ଟଙ୍କା ବୃଦ୍ଧି କରିବା ଆବଶ୍ୟକ ।

ଅନ୍ୟପଟେ ବିଧବା ମାନଙ୍କ ପେନସନ କଥା କହିବାକୁ ଗଲେ, ଏଥିରେ ୩୦୦ ଟଙ୍କା ବୃଦ୍ଧି କରିବା ନେଇ ଦାବି ଜଣାଯାଇଛି । ଏହି ଚିଠି ଅନୁସାରେ, ସମୁଦାୟ ପେନସନ ଖର୍ଚ୍ଚ ୧୫୬୦ କୋଟି ହେବ । ଏହି ଅର୍ଥନୀତିଜ୍ଞମାନେ ୨୦୨୩-୨୪ ବଜେଟରେ ମାଟରନିଟି ଦରମା କ୍ଷେତ୍ରରେ ବୃଦ୍ଧିନେଇ ଦାବି ଜଣାଇଛନ୍ତି । ମାତୃତ୍ୱ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯିବା ଆବଶ୍ୟକ । ଏବଂ ଏହା ପାଇଁ ସମ୍ପୂର୍ଣ୍ଣ ୮୦୦୦ କୋଟି ଖର୍ଚ୍ଚ ହେବ ।

Get real time updates directly on you device, subscribe now.