fbpx

କର୍ମଚାରୀଙ୍କ ପାଇଁ ଖୁସି ଖବର ! ଦୁଇଗୁଣ ହୋଇପାରେ ଦରମା, ଜାଣନ୍ତୁ କେଉଁଠି ଓ କେତେ ?

ନୂଆଦିଲ୍ଲୀ,୫ ।୫: କରୋନା ସଙ୍କଟ ମଧ୍ୟରେ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପଞ୍ଜାବ ସରକାର । ରାଜ୍ୟ ସରକାରଙ୍କ ଷଷ୍ଠ ବେତନ ଆୟୋଗ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବାକୁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଆୟୋଗ ଏକ ରିପୋର୍ଟ ଦାଖଲ କରିଛି, ଯେଉଁଥିରେ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବାକୁ ଦାବି ହୋଇଛି ।

ମନି କଣ୍ଟ୍ରୋଲ ଖବର ମୁତାବକ, କର୍ମଚାରୀଙ୍କ ସର୍ବନିମ୍ନ ବେତନ ୬୯୫୦ ରୁ ବୃଦ୍ଧିକରି ମାସକୁ ୧୮୦୦୦ ଟଙ୍କା କରିବାକୁ ପରାମର୍ଶ ଦିଆଯାଇଛି । ଖୁବ ଶୀଘ୍ର ସରକାର ଏହି ନିଷ୍ପତ୍ତିକୁ ନେଇ ଖୁସି ଖବର ଶୁଣାଇପାରନ୍ତି । ଏହା ସହିତ ଅନେକ ପ୍ରକାରର ଭତ୍ତା ମଧ୍ୟ ବୃଦ୍ଧି କରିବାକୁ କୁହାଯାଉଛି ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ, ଏହି ସୁପାରିଶ ହେତୁ ପ୍ରତିବର୍ଷ ୩୫୦୦ କୋଟି ଟଙ୍କା ଅତିରିକ୍ତ ବୋଝ ବହନ କରାଯିବାର ସମ୍ଭାବନା ରହିଛି । ମୁଖପାତ୍ର କହିଛନ୍ତି ଯେ କର୍ମଚାରୀଙ୍କ ବେତନ ଏବଂ ପେନସନରେ ହାରାହାରି ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପଞ୍ଚମ ଆୟ ଆୟୋଗର ସୁପାରିଶ ତୁଳନାରେ ଦରମା ୨.୫୯ ପ୍ରତିଶତ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.