fbpx

ଟ୍ରେଣ୍ଡିଂରେ ‘ଟାଇଗର୍‌-୩’, ସୋସିଆଲ୍ ସାଇଟ୍‌ରେ ଭାଇରାଲ୍‌ ହେଉଛି…

ଓଡ଼ିଶା ଭାସ୍କର ବ୍ୟୁରୋ: ୟଶ୍‌ ରାଜ୍‌ ଫିଲ୍ମର ବହୁ ଚର୍ଚ୍ଚିତ ଟାଇଗର୍‌ ସିରିଜ୍‌ ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଥାନ୍ତି। ସମ୍ପ୍ରତି ଶନିବାର ସକାଳୁ ସୋସିଆଲ୍‌ ସାଇଟ୍‌ରେ ଟ୍ରେଣ୍ଡିଂରେ ରହିଛି ’ଟାଇଗର୍‌-୩’ ଫିଲ୍ମ। ଖୁବ୍‌ ଶୀଘ୍ର ଏହାର ରିଲିଜ୍‌ ହେଉ ବୋଲି ଫ୍ୟାନ୍ସ କମେଣ୍ଟ କରୁଛନ୍ତି। ସେହିପରି କେହି କେହି ‘ଟାଇଗର୍‌ ଇଜ୍‌ ବ୍ୟାକ୍‌’ କ୍ୟାପ୍ସନ୍‌ ଦେଇ ପୋଷ୍ଟ କରିବା ସହ ଶେଆର୍‌ କରୁଛନ୍ତି। ୧୯ ତାରିଖରୁ ଏଭଳି ପୋଷ୍ଟ ଟ୍ରେଣ୍ଡ୍‌ ଧରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦକୁ ଦମନ କରିବା ପରିପ୍ରେକ୍ଷୀରେ ଟାଇଗର୍‌ ଫିଲ୍ମ କାହାଣୀ ଗତିଶୀଳ। ସଂଯୋଗ କ୍ରମରେ ଆଜି ଆଫଗାନିସ୍ତାନରେ ୧୫୦ ଭାରତୀୟଙ୍କୁ ତାଲିବାନୀମାନେ ଅପହରଣ କରିନେଇଥିଲେ। ପରେ ଅବଶ୍ୟ କାବୁଲ୍‌ ଏୟାର୍‌ ପୋର୍ଟରେ ସମସ୍ତଙ୍କୁ ଛାଡ଼ି ଦେଇଥିଲେ। ତେବେ ସେତେବେଳକୁ ସୋସିଆଲ୍‌ ସାଇଟ୍‌ରେ ’ଟାଇଗର୍‌ ଇଜ୍ ବ୍ୟାକ୍‌’, ’ଟାଇଗର ରିଟର୍ଣ୍ଣସ୍‌’, ‘ଟାଇଗର୍‌-୩’ ଆଦି ଟ୍ରେଣ୍ଡିଂ କରିସାରିଥିଲା। ୨୦୨୧ର ସବୁଠୁ ପ୍ରତୀକ୍ଷିତ ଓ ବିଗ୍‌ ବଜେଟ୍‌ର ଆକ୍ସନ୍‌ ଥ୍ରୀଲର୍‌ ମୁଭି ହେବ ବୋଲି ୟୁଜର୍ସ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି।

ସଲମାନ ଖାନ୍‌ ଓ କାଟ୍ରିନା କୈଫ୍‌ ଲିଡ୍‌ ରୋଲ୍‌ରେ ପ୍ରଥମେ ଆସିଲେ ‘ଏକ୍‌ ଥା ଟାଇଗର୍‌’ ଶୀର୍ଷକରେ। ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ ଡୁପର୍‌ ହିଟ୍‌ ହୋଇଥିଲା। ଏହାପରେ ଆସିଲା ‘ଟାଇଗର୍‌ ଜିନ୍ଦା ହୈ’। ଏହି ଫିଲ୍ମ ମଧ୍ୟ ଜବରଦସ୍ତ ରେକର୍ଡ କଲା। ଆଉ ଏହା ପରଠାରୁ ଲୋକେ ’ଟାଇଗର୍‌-୩’ ପାଇଁ ଅପେକ୍ଷା କରିଆସିଛନ୍ତି। ଅନ୍ୟପକ୍ଷରେ ସଲମାନ୍‌ ଓ କ୍ୟାଟ୍ରିନା ରୁଷ୍‌ ଗସ୍ତରେ କରିଛନ୍ତି ‘ଟାଇଗର୍‌-୩’ର ଶୁଟିଂ ପାଇଁ। ସେମାନଙ୍କୁ ମୁମ୍ବାଇ ଏୟାର ପୋର୍ଟରେ ଦେଖିବାକୁ ମିଳିଥିଲା। ଉଭୟ ଅଲଗା ଅଲଗା ଗାଡ଼ିରେ ଆସି ପହଞ୍ଚିଥିଲେ ମଧ୍ୟ କଳା ପୋଷାକରେ ଉଭୟ ଥିଲେ। ତେଣୁ ଖୁବ୍‌ ଶୀଘ୍ର ଟାଇଗର୍‌ ସିରିଜ୍‌ ଆସିବ ବୋଲି ସାଧାରଣରେ ଆଶା କରାଯାଉଛି।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.