fbpx

ଆସିଲା ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର, ୯ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଟ୍ରେନ ଆଘାତରେ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରିପୋର୍ଟରୁ ତଥ୍ୟ ମିଳିଛି । ଜିଆରପି ପୋଲିସଙ୍କୁ ହସ୍ତାନ୍ତର କରାଯାଇଛି ପୋଷ୍ଟମର୍ଟମ ରିପୋର୍ଟ ।

ଅନ୍ୟପଟେ ସମାଜସେବୀ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟାକୁ ନେଇ ବଢ଼ିବାରେ ଲାଗିଛି ରହସ୍ୟ । ତାଙ୍କ ମୃତ୍ୟୁକୁ ନେଇ ହତ୍ୟା ମାମଲା ଆଜି ରୁଜୁ ହୋଇଛି । ପିପୁଲ ଫର ସେବା ସଦସ୍ୟଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରିଛି ଜିଆରପି ପୋଲିସ । ଗତକାଲି ଘଟଣା ସ୍ଥଳକୁ ଯାଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ମଙ୍ଗଳବାର ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ ଷ୍ଟେସନରୁ ମିଳିଥିଲା । ଏଥିସହିତ କିଛି ଦିନ ହେଲା ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ପେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ । ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜାଣିବା ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କର ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲା । ସେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ଲେଖାଥିଲା ଯେ ମୃତ୍ୟୁ ଯେତେ ବେଳେ ଆସେ ବହୁତ ଧିରେ ଧିରେ ଆସେ କେହି ଜାଣିପାରନ୍ତି ନାହିଁ । ସେହିପରି ଏହା ମଧ୍ୟ ଲେଖିଛନ୍ତି ଯେ ଅସ୍ଥିର ମଣିଷ ଖୋଜେ ସ୍ଥିର ଭଗବାନ ।

Get real time updates directly on you device, subscribe now.