fbpx

ପ୍ରଥମ ଥର ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟୀ ମୁଖ୍ୟ: ଉପମୁଖ୍ୟମନ୍ତ୍ରୀ କଲେ ସମାଲୋଚନା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରାଜ୍ୟ ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଲେଶ ଯାଦବ । ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ନିଜେ ଲଢ଼ିବା ପାଇଁ ଯାଉଛନ୍ତି । ତେବେ ଏପର୍ଯ୍ୟନ୍ତ ସେ କେଉଁ ଆସନରୁ ଲଢ଼ିବା ନେଇ ନିଶ୍ଚିତ ହୋଇନଥିବାବେଳେ ଆଜମଗଢ଼ ଏବଂ ଇଟାୱାରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।

ଆଜମଗଢ଼ର ଜଣେ ସାଂସଦଙ୍କ କହିଛନ୍ତି ଯେ ସେ ପୂର୍ବରୁ କୌଣସି ରାଜ୍ୟର ନିର୍ବାଚନ ଲଢ଼ିନାହଁନ୍ତି । ର୍ପୂବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି ଏହା ମଧ୍ୟ ଏକ କାରଣ ହୋଇପାରେ ଅଖିଳେଶ ଯାଦବ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେବା ପାଇଁ ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ନିର୍ବାଚନ ଲଢ଼ିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ସେ ନିର୍ବାଚନ ଲଢ଼ିବାକୁ ଡରନ୍ତି ଏବଂ ସେ ଦୀର୍ଘ ସମୟ ଧରି କୌଣସି ସୁରକ୍ଷିତ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଥିଲେ । ସେ ଆହୁରି କହିଛନ୍ତି ଯେ ୨୦୧୨ ରୁ ୨୦୧୭ ମଧ୍ୟରେ ହୋଇଥିବା ବିକାଶର ତାଲିକା ଦିଅନ୍ତୁ ଅଖିଳେଶ । ସେ କହିଛନ୍ତି ବିଜେପିର କରିଥିବା ବିକାଶର ମୁକାବିଲା କରିପାରିବେ ନାହିଁ ଅଖିଳେଶ ।

Get real time updates directly on you device, subscribe now.