fbpx

ସାଉଥ ଅଭିନେତ୍ରୀ ସାମନ୍ଥା ଋଥ ପ୍ରଭୁଙ୍କ ବିଗିଡିଲା କି ସ୍ୱାସ୍ଥ୍ୟ ଅବସ୍ଥା? ଭାଇରାଲ ହେଉଛି ହସ୍ପିଟାଲର ଫଟୋ

ମୁମ୍ବାଇ: ସାଉଥ ଅଭିନେତ୍ରୀ ସାମନ୍ଥା ଋଥ ପ୍ରଭୁଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗଡିବାର ଲାଗିଛି । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ହସ୍ପିଟାଲରେ ଥିବା ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ସାମନ୍ଥାଙ୍କ ଫ୍ୟାନ୍ସଙ୍କୁ ଖବୁ ଜୋର ଝଟକା ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ସାମନ୍ଥା ଏକ ବିରଳ ରୋଗରେ ପିଡିତ ଅଛନ୍ତି । ଯାହାକୁ ନେଇ ସେ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏହି ରୋଗ ବଷୟରେ ସମସ୍ତଙ୍କୁ ଜଣାଇଥିଲେ । ଏଥିସହିତ ଏହି ରୋଗର ଚିକିତ୍ସା ପାଇଁ ସେ କିଛି ମାସ ହେବ ଡାଇଗ୍ନୋସିସ ରେ ମଧ୍ୟ ଅଛନ୍ତି । ତେବେ ପୁଣିଥରେ ଇଣ୍ଟରନେଟରେ ସାମନ୍ଥାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏଭଳି ଏକ ଖବର ଆସିଛି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ବହୁତ କନଫ୍ୟୁଜନ ହୋଇପଡିଛନ୍ତି । କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାର ଲାଗିଛି । ଯେଉଁଥିରେ କୁହାଯାଉଛି ଯେ ଅଭିନେତ୍ରୀ ସାମନ୍ଥାଙ୍କ ସ୍ୱାସ୍ଥ୍ୟବସ୍ଥା ଖପାର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପକ୍ଷେ ସାଉଥ ଅଭିନେତ୍ରୀ ସାମନ୍ଥା ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇନି । ବରଂ ମୁଁ ଘରେ ରହି ଆରାମ କରୁଛି । ତେବେ ଗତ ୨୯ ଅକ୍ଟୋବରରେ ସେ ତାଙ୍କ ଫ୍ୟାନ୍ସଙ୍କୁ ନିଜର ହେଲ୍ଥ ଅପଡେଟ୍ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଏଭିନେତେରୀ ସାମନ୍ଥା ସେମିତି କିଛି ସେ ପୋଷ୍ଟ କରିନାହାଁନ୍ତି । ତେବେ ଭାଇରାଲ ହେଉଥିବା ଫଟୋଟି ସାମନ୍ଥାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.