‘ସମସପ୍ତକ’ ଯୋଗ: ସିଂହ, ଧନୁ, କୁମ୍ଭ ରାଶି ପାଇଁ ଖୋଲିବ ନୂଆ ସୁଯୋଗର ଦ୍ୱାର

ସିଂହ, ଧନୁ ଓ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ଯୋଗ ଅନେକ ନୂଆ ସୁଯୋଗ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଆଣିପାରେ

ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳଣ ଓ ସେମାନଙ୍କ ବିଶେଷ ଯୋଗର ପ୍ରଭାବ ଜୀବନ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଯେତେବେଳେ ସୂର‌୍ୟ୍ୟ ଓ ଚନ୍ଦ୍ର ପରସ୍ପରଠାରୁ ସପ୍ତମ ଭାବରେ ଅବସ୍ଥିତ ହୁଅନ୍ତି, ସେତେବେଳେ ‘ସମସପ୍ତକ’ ଯୋଗ ସୃଷ୍ଟି ହୁଏ। ଏହି ଯୋଗ ସନ୍ତୁଳନ, ନିଷ୍ପତ୍ତି କ୍ଷମତା, ସମ୍ପର୍କ ଓ ମାନସିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପକାଏ।

ବିଶ୍ୱାସ କରାଯାଏ; ଏହି ସମୟରେ ବ୍ୟକ୍ତିଙ୍କୁ ନିଜ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବିଶେଷ କରି ସିଂହ, ଧନୁ ଓ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ଯୋଗ ଅନେକ ନୂଆ ସୁଯୋଗ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଆଣିପାରେ। ତା’ହେଲେ ଆସନ୍ତୁ ଜାଣିବା ‘ସମସପ୍ତକ ଯୋଗ’ ଏହି ତିନୋଟି ରାଶି ଉପରେ କିପରି ପ୍ରଭାବ ପକାଇପାରେ?

ସମସପ୍ତକ ଯୋଗ କ’ଣ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଦୁଇଟି ଗ୍ରହ ପରସ୍ପରଠାରୁ ଠିକ୍ ସପ୍ତମ ଭାବରେ ଅବସ୍ଥିତ ହୁଅନ୍ତି, ସେତେବେଳେ ‘ସମସପ୍ତକ’ ଯୋଗ ସୃଷ୍ଟି ହୁଏ। ସୂର‌୍ୟ୍ୟ ଓ ଚନ୍ଦ୍ର ମଧ୍ୟରେ ସୃଷ୍ଟି ହେଉଥିବା ଏହି ଯୋଗ ଆତ୍ମବିଶ୍ୱାସ ଓ ଭାବନା ମଧ୍ୟରେ ସନ୍ତୁଳନ ରଖିବାର ସଙ୍କେତ ଦିଏ। ଏହି ସମୟରେ ବ୍ୟକ୍ତିଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଏ। ଏହି ଯୋଗ ସମ୍ପର୍କ, କ୍ୟାରିୟର ଓ ସାମାଜିକ ଜୀବନରେ ପରିବର୍ତ୍ତନର କାରଣ ମଧ୍ୟ ହୋଇପାରେ।

ସିଂହ ରାଶି ଲୋକଙ୍କ ପାଇଁ କ’ଣ ଖାସ ରହିବ?

ସିଂହ ରାଶିର ଜାତକଙ୍କ ପାଇଁ ଏହି ଯୋଗ ଆତ୍ମବିଶ୍ୱାସ ବୃଦ୍ଧିର ସଙ୍କେତ ଦେଇପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢିପାରେ। କାର‌୍ୟ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ସୃଷ୍ଟି ହୋଇପାରେ। ଯଦି ଆପଣ କୌଣସି ନୂଆ ପ୍ରୋଜେକ୍ଟ ବା ଯୋଜନା ଉପରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସମୟ ଉପଯୁକ୍ତ ବୋଲି ଧରାଯାଏ। ପାରିବାରିକ ଜୀବନରେ ମଧ୍ୟ ପାରସ୍ପରିକ ବୁଝାମଣା ଭଲ ହେବାର ସଙ୍କେତ ରହିଛି।

ଧନୁ ରାଶି ଲୋକଙ୍କୁ ମିଳିପାରେ ନୂଆ ସୁଯୋଗ

ଧନୁ ରାଶିର ଲୋକମାନଙ୍କ ପାଇଁ ‘ସମସପ୍ତକ ଯୋଗ’ ନୂଆ ସୁଯୋଗ ଆଣିପାରେ। ଚାକିରିଆଙ୍କୁ ନିଜ କାମର ଭଲ ଫଳ ମିଳିପାରେ। ଅନ୍ୟପକ୍ଷରେ ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ପାଇଁ ନୂଆ ସମ୍ପର୍କ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଯଦି ଦୀର୍ଘ ଦିନରୁ କୌଣସି ଯୋଜନା ଅଟକି ରହିଛି, ତେବେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିପାରେ। ପରିବାର ସହ ସମୟ ବିତାଇବାର ସୁଯୋଗ ମିଳିବ ଓ ସମ୍ପର୍କରେ ମଧୁରତା ବଢିପାରେ।

କୁମ୍ଭ ରାଶି ଲୋକଙ୍କ ଜୀବନରେ କ’ଣ ପରିବର୍ତ୍ତନ ହେବ?
କୁମ୍ଭ ରାଶିର ଜାତକଙ୍କ ପାଇଁ ଏହି ଯୋଗ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରଖିବାର ସମୟ ହୋଇପାରେ। କ୍ୟାରିୟରରେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ମିଳିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିବ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାରର ସଙ୍କେତ ରହିଛି। ଯଦି କୌଣସି ନୂଆ ନିବେଶ ଯୋଜନା କରୁଛନ୍ତି, ତେବେ ସମ୍ପୂର୍ଣ୍ଣ ତଥ୍ୟ ନେଇ ହିଁ ନିଷ୍ପତ୍ତି ନିଅନ୍ତୁ।

ଏହି ସମୟରେ କେଉଁ କଥା ପ୍ରତି ଧ୍ୟାନ ରଖିବେ?

‘ସମସପ୍ତକ ଯୋଗ’ ସମୟରେ ତରବରିଆ ହୋଇ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ପରିବାର ଓ କାର‌୍ୟ୍ୟସ୍ଥଳରେ ଯୋଗାଯୋଗ ଭଲ ରଖିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।