fbpx

ସମ୍ବଲପୁର ସାଂସଦ ନିଖୋଜ! ସହର ସାରା ଲାଗିଛି ଅନେକ ପୋଷ୍ଟର, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କୁ ନେଇ ଏକ ବଡ଼ ଖବର ଆସିଛି । ନିତେଶ ନିଖୋଜ ଥିବା ନେଇ ରେଢ଼ାଖୋଲ ସହରରେ ଅନେକ ପୋଷ୍ଟର ଲାଗିଛି । ତେଣୁ ଏହି ଘଟଣାଟି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟର ପାଲଟିଛି । ତେବେ ସାଂସଦ ନିତେଶଙ୍କୁ ୪ ବର୍ଷ ହେଲା ରେଢ଼ାଖୋଲବାସୀ ସର୍ବସାଧାରଣ ସ୍ଥାନରେ ଦେଖିନାହାନ୍ତି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏଥିସହିତ ପୋଷ୍ଟରରେ ଲେଖାଯାଇଛି, ଯଦି କୌଣସି ବ୍ୟକ୍ତି ସାଂସଦଙ୍କ ସନ୍ଧାନ ପାଆନ୍ତି, ତେବେ ରେଢ଼ାଖୋଲବାସୀଙ୍କୁ ଖବର ଦିଅନ୍ତୁ । ଅଞ୍ଚଳବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଜନସାଧାରଣ ତାଙ୍କୁ ଭୋଟ ଦେଇ ଜିତାଇଥିଲେ । ମାତ୍ର ସେ ଜଣେ ସାଂସଦ ଭାବେ ରେଢ଼ାଖୋଲ ଅଞ୍ଚଳକୁ ଯାଇ ନାହାନ୍ତି । ଏଥିସହିତ ଉକ୍ତ ଅଞ୍ଚଳର ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା କିଏ ସେକଥା ମଧ୍ୟ ସେ ଜାଣିନାହାନ୍ତି ।

ତେବେ ଏହି ପୋଷ୍ଟରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏପରି କାରନାମା କରିଛି ସେନେଇ ଉଠିଛି ପ୍ରଶ୍ନ । ଏହି ପୋଷ୍ଟର ମରାଯିବା ଘଟଣାକୁ ନେଇ ସାଂସଦଙ୍କ ପ୍ରତିନିଧି ରେଖାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ସାଂସଦ ଓ ବିଜେପି ଦଳକୁ ବଦନାମ କରିବା ପାଇଁ କୌଣସି ଅସାମାଜିକ ଗୋଷ୍ଠୀ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.