fbpx

ଟୋକିଓ ଅଲିମ୍ପିକରେ ଝଲସୁଛି ଓଡ଼ିଶାର ୩୨ଟି ଚିତ୍ରକଳା

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକରେ ସାରା ଭାରତରୁ ୭୨ଟି ଚିତ୍ରକଳା ଝଲସୁ ଥିବାବେଳେ ଓଡ଼ିଶାର ୩୨ଟି ଚିତ୍ରକଳାକୁ ମିଳିଛି ସ୍ୱୀକୃତି । ସେ ଭିତରେ ସମ୍ବଲପୁରର ୭ଟି ଚିତ୍ରକଳାକୁ ଭର୍ଚୁଆଲ ମୋଡରେ କରାଯାଇଛି ପଦଶର୍ନ । ସମ୍ବଲପୁରର ୭ଜଣ ଚିତ୍ରଶିଳ୍ପୀ ଏହି କଳା ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆନ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଆସୋସିଏସନର ୭୨ ଜଣ ପ୍ରତିଯୋଗୀଙ୍କ କଳାକୃତିକୁ ଭର୍ଚୁଆଲ ମୋଡରେ ପ୍ରଦର୍ଶନ କରାଯାଉଛି ।

ଆନ୍ତର୍ଜାତିକ କ୍ରୀଡ଼ା ମହାକୁମ୍ଭରେ ଓଡ଼ିଶାର ୩୨ ଜଣ ଚିତ୍ରଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ ହେଉଛି । ସର୍ବଭାରତୀୟ ସ୍ତରରେ ଗର୍ବ ଓ ଗୌରବ ସାଉଁଟିଛନ୍ତି ସମ୍ବଲପୁରର ୭ଜଣ କଳାକାର । ଗୋଟିଏ ସ୍ଥାନର ୭ ଜଣ ଚିତ୍ରଶିଳ୍ପୀଙ୍କର ଚିତ୍ର ଭର୍ଚୁଆଲ ମୋଡରେ ପ୍ରଦର୍ଶିତ ହେଉଥିବାରୁ କଳାକାରମାନେ ଖୁସି ଥିବା କହିଛନ୍ତି । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚିତ୍ରଶିଳ୍ପୀମାନେ ଚିତ୍ରକଳା ମାଧ୍ୟମରେ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ତେବେ ଅଲିମ୍ପିକରେ ସମ୍ବଲପୁରର ୭ ଜଣ ଚିତ୍ରଶିଳ୍ପୀ ମନୋଜ କୁମାର ଚୌଧୁରୀ, ସଞ୍ଜୟ ସାହୁ, ପ୍ରେମଚାନ୍ଦ ରାଉତ, ରୋହିତ ସୁପକାର, କୁଶ ଭୂୟାଁ, ବନ୍ଦନା ପଣ୍ଡା, ସୁଜାତା ବେହେରା ଏବଂ ଅନୁରେଖା ଜେନାଙ୍କ ଚିତ୍ରକଳା ସ୍ଥାନ ପାଇବା ଗର୍ବ ଓ ଗୌରବର ବିଷୟ । ଏହି ସାତ ଜଣ ଚିତ୍ରଶିଳ୍ପୀଙ୍କ ପାଇଁ ଏବେ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେମାନେ ତାଙ୍କ ଚିତ୍ରକଳାରେ ମିଲଖାସିଂଙ୍କ ଠାରୁ ଅଲିମ୍ପିକ ମଶାଲ ଭଳି ବିଭିନ୍ନ ଚିତ୍ର ଆଙ୍କି ନିଜର କଳାକୃତିକୁ ପ୍ରଦଶର୍ନ କରିପାରିଥିବାରୁ ରାଜ୍ୟ ସାଧାରଣ ସମ୍ପାଦକ ମଧ୍ୟ ଖୁସି ଜାହିର କରିଛନ୍ତି ।

ସମ୍ବଲପୁରର ଚିତ୍ର ଅଲିମ୍ପିକରେ ସ୍ଥାନ ପାଇଥିବାରୁ ଖେଳାଳି ବି ଖୁସ୍ । ଏପେଟ ସମ୍ବଲପୁରୀ କଳାକୁ ଆଉ ଏକ ମାନ୍ୟତା ମଧ୍ୟ ମିଳିଥିବା କୁହାଯାଉଛି । ତେଣୁ ଆଗକୁ ସରକାରଙ୍କ ପକ୍ଷରୁ ଏ ଅଞ୍ଚଳର ଏକ ଆର୍ଟ କଲେଜ ସ୍ଥାପନ କଲେ କଳାକାରମାନେ ତାଙ୍କ କଳାକୃତିକୁ ଆହୁରି ଆଗକୁ ନେଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.