fbpx

ପଶ୍ଚିମ ଓଡ଼ିଶାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁଙ୍କର ବିଦ୍ୟୁତ୍ ଆଘାତରେ ପରଲୋକ

ସମ୍ବଲପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଭାଷାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁ । ରବିବାର ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅନେକ ପ୍ରକାରର ମଜାଳିଆ କମେଡି ଭିଡିଓ ମାଧ୍ୟମରେ ଲୋକଙ୍କ ହସାଉଥିବା ଚେହେରାଟି ହଠାତ୍ ଅଦିନରେ ମଉଳିଯାଇଚି । ତେବେ ମିଷ୍ଟର୍ ଡୋଲୁଙ୍କର ୩୦ ବର୍ଷରେ ଦେହାନ୍ତ ହୋଇଯାଇଛି । ସେ ସନ୍ଧ୍ୟା ୪ଟା ୩୦ରେ କୁଲର୍ ରେ ପାଣି ଭରୁଥିବା ସମୟରେ ଖାଲି ପାଦରେ ଥିଲେ । କୁଲରରୁ ବିଦ୍ୟୁତ୍ ଆଘାତ ହେବାରୁ ସେହି ସ୍ଥାନରେ ଗୁରୁତର ହୋଇ ପଡିଲେ । ତାପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ରାତି ୧୦ଟା ୩୦ରେ ତାଙ୍କ ପରଲୋକ ହୋଇଥିଲା ।

ତେବେ ତାଙ୍କ ବିୟୋଗରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ହାସ୍ୟରସରେ ଭରପୁର କମେଡି ଭିଡିଓ କରି ତାଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିଲେ । ସେ ଖୁବ୍ କମ୍ ଦିନରେ ୪ ଲକ୍ଷରୁ ଅଧିକ ପ୍ରଶଂସକ ଜୁଟାଇ ପାରିଥିଲେ । ପ୍ରଶଂସକ ମହଲରେ ମିଷ୍ଟର୍ ଡୋଲୁ ଭାବେ ପରିଚିତ ଏହି ଯୁବ କଳାକାର ୨୦୧୪-୧୫ରେ ପାଣିନି ପ୍ରାଜ୍ଞ ପ୍ରଡକ୍ସନରେ ‘ଭିକାରି’ ନାମକ କମେଡି ସୋ’ କରି କ୍ୟାରିୟର୍ ଆଗକୁ ବଢ଼ାଇଥିଲେ।

Get real time updates directly on you device, subscribe now.