fbpx

ଲଣ୍ଡନରେ ରହୁଥିବା ୫ ବର୍ଷିୟ ଓଡିଆ ଶିଶୁଙ୍କ ଠାରୁ ସାମ୍ପଲ ସଂଗ୍ରହ କଲେ ଅକ୍ସଫୋର୍ଡ ବିଶେଷଜ୍ଞ, ପୁର୍ବରୁ ବାପାଙ୍କ ଶରୀରରେ ହୋଇଥିଲା ହ୍ୟୁମାନ୍ ଟ୍ରାଏଲ

ସମ୍ବଲପୁର, ୧୩/୦୫ : କୋଭିଡ୍ ସ୍ଥିତି ଭୟଙ୍କର ହେଉଥିବା ବେଳେ ଏବେ ଶିଶୁଙ୍କ ପାଇଁ ମଧ୍ୟ ଟିକା ଟ୍ରାଏଲ୍ ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଟ୍ରାଏଲ୍ ସଫଳ ହେଲେ ୨ ବର୍ଷରୁ ୧୮ ବର୍ଷ ବର୍ଗର ଲୋକ ମାନଙ୍କୁ ଟିକା ଦିଆଯିବ । ତେବେ ଏହି ଟିକା ଟ୍ରାଏଲ୍ ପାଇଁ ଆଗେଇ ଆସିଛନ୍ତି ଲଣ୍ଡନରେ ରହୁଥିବା ଓଡିଆ ଶିଶୁ ଆରହଣ । କୋଭିଡ୍ ଭ୍ୟାକସିନ୍ ପରୀକ୍ଷା ନିମନ୍ତେ ସେ ନିଜ ଆଣ୍ଡିବଡି ସାମ୍ପଲ୍ ପରୀକ୍ଷା ପାଇଁ ଦେଇଛନ୍ତି । ଏହା ପୁର୍ବରୁ ତାଙ୍କ ବାପା ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିଥିଲେ । ଆଉ ଆଜି ପୁଅ ମଧ୍ୟ ନିଜ ଇଚ୍ଛାରେ ଅକ୍ସିଫୋର୍ଡ ଟିକା ଟ୍ରାଏଲ୍ ପାଇଁ ଆଗେଇ ଆସିଛନ୍ତି । ସେମାନେ ସମ୍ବଲପୁରର ବୋଲି ସୁଚନା ମିଳିଛି । ହେଲେ ବର୍ତ୍ତମାନ ସେମାନେ ଲଣ୍ଡନରେ ରହୁଛନ୍ତି ।

ସୁଚନା ଅନୁସାରେ, ଯେତେବେଳେ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କ ପାଇଁ ଅକ୍ସଫୋର୍ଡ ଟିକାର ଟ୍ରାଏଲ୍ ଆରମ୍ଭ ହୋଇଥିଲା ସେତେବେଳେ ଆରହଣଙ୍କ ବାପା ଅଙ୍କନ ନାୟକ ନିଜ ଆଡୁ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଆଉ ଭ୍ୟାକସିନ୍ ପାଇଁ ନିଜ ଆଣ୍ଡିବଡି ସାମ୍ପଲ ଦେଇଥିଲେ । ଆଉ ଏବେ ପୁଅ ମଧ୍ୟ ବାପାଙ୍କ ରାସ୍ତାକୁ ଆପଣାଇଛି । ଏଥିପାଇଁ ସାଢେ ୫ବର୍ଷ ବୟସର ଆରହଣଙ୍କ ଠାରୁ ସଂଗ୍ରହ ହୋଇଛି ଆଣ୍ଟିବଡି । ତେବେ ଏହି କ୍ଷେତ୍ରରେ ଆରହଣ ପ୍ରଥମ ଭାରତୀୟ ବୋଲି ଜଣାପଡିଛି ।

Get real time updates directly on you device, subscribe now.