fbpx

ଶ୍ରୀମନ୍ଦିରର ଅଭ୍ୟର୍ଥନା କକ୍ଷ ହେବ ସମ୍ରାଟ ହୋଟେଲ: ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ କୋଠା ମାଲିକ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଥିବା ‘ସମ୍ରାଟ ହୋଟେଲ’କୁ ନେଇ ଏକ ବଡ ଯୋଜନା ଚିନ୍ତା କରୁଛି ଶ୍ରୀମନ୍ଦିର ପ୍ରଶାସନ । ନିକଟରେ ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି କୋଠା ଆଗକୁ ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷରେ ପରିଣତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ଶ୍ରୀମନ୍ଦିରର ଅତି ନିକଟତର ହୋଇଥିବାରୁ ଏହାକୁ ଭକ୍ତମାନଙ୍କ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ସେପଟେ କୋଠା ମାଲିକ ଏ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସମ୍ରାଟ କୋଠା ଭାବେ ଛିଡା ହୋଇଥିବା ଏହି ୨୨ ଡିସିମିଲ ଜାଗାକୁ ଶ୍ରୀମନ୍ଦିରର ଅଭ୍ୟର୍ଥନା କକ୍ଷ କରାଯିବ ବୋଲି ସୂଜନା ଦେଇଛନ୍ତି ଅଜୟ କୁମାର ଜେନା । ଏପରିକି ସମାନ ପରିସରରେ ଥିବା ବଳକା ୩ ଡିସିମିଲ ଜାଗା ମଧ୍ୟ କୋଠା ମାଲିକଙ୍କର କି ନୁହେଁ, ସେ ନେଇ ଶ୍ରୀ ଜେନା ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ପକ୍ଷରେ କୋଠା ମାଲିକ ଚନ୍ଦ୍ରଶେଖର ମହାନ୍ତି ଜମିର ମାଲିକାନା ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁରୀ ତହସିଲଦାର ତାଙ୍କ ବିରୋଧରେ ଜବରଦଖଲ ନୋଟିସ ଜାରି କରିବା ନେଇ ମଧ୍ୟ ସେ କୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ପାଇଁ ଅପିଲ କରିଛନ୍ତି । ତେବେ ଏହାର ଆବଶ୍ୟକ ନଥିବା କହିଥିଲେ ମାନ୍ୟବର କୋର୍ଟ, ତଥାପି ଆସନ୍ତା ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Odisha: Squatters squeeze Grand Road of Puri, devotees feel pain- The New Indian Express

ସୂଚନା ଅନୁସାରେ, ଗତ ୨୩ ତାରିଖରେ ଶ୍ରୀ ମହାନ୍ତିଙ୍କୁ ତହସିଲ ଅଫିସରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ତାଭ୍କ ଓକିଲଙ୍କ ଦ୍ୱାରା ଏକ ମାସ ସମୟ ମାଗିଥିଲେ । ଏହାସହିତ ସମ୍ରାଟ କୋଠା ଥିବା ଏହି ଜାଗାର କିଛି କାଗଜପତ୍ର ଏବଂ ରେକର୍ଡ ପାଇଁ ତହସିଲ ଅପିସରେ ମଧ୍ୟ ଆବେଦନ କରିଛନ୍ତି ଚନ୍ଦ୍ରଶେଖର । ତେବେ ଏହି ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କୋର୍ଟ ନିଷ୍ପତ୍ତିକ୍ରମେ ନିଆଯିବ ବୋଲି କହିଛନ୍ତି ପୁରୀର ତହସିଲଦାର ।

Get real time updates directly on you device, subscribe now.