fbpx

ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ: ୨୦୨୪ରେ BJP ୩୦୦ ସିଟ୍ ପାଇବ- CM ଯୋଗୀ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ଆଟାକିଂ ମୋଡ଼ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଯୋଗୀ ହିନ୍ଦୁତ୍ୱ ଓ ସନାତନ ଧର୍ମ ଉପରେ ନିଜର ମତା ରଖିଛନ୍ତି । ଏଥିସହିତ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ଯୋଗୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଆଜ ତକର ସ୍ୱତନ୍ତ୍ର ଶୋ ‘ବ୍ଲାକ ଆଣ୍ଡ ହ୍ୱାଇଟ’ରେ କନସଲ୍ଟିଂ ଏଡିଟର ସୁଧୀର ଚୌଧରୀ ୟୁପି ସିଏମଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଯୋଗୀଙ୍କୁ ରାମଚରିତମାସ ଓ ୟୁପିରେ ନିବେଶକୁ ନେଇ ପ୍ରଶ୍ନ କରାଯାଇଥିଲା । ଯୋଗୀ ସିଧାସଳଖ କହିଥିଲେ, ୟୁପିରେ କାନୁନ ରାଜକୁ ନେଇ ଗ୍ୟାରେଣ୍ଟି ରହିଛି । ଗତ ୬ ବର୍ଷ ମଧ୍ୟରେରେ ସାରା ଦେଶର ଉତ୍ତମ ଆଇନ ବ୍ୟବସ୍ଥା ୟୁପିରେ ଦେଖିବାକୁ ମିଳିଛି । ୟୁପିରେ ଯୋଗୀ ଅଛନ୍ତି ଓ ଯୁବକ ମଧ୍ୟ ଅଛନ୍ତି ।

ସନାତନ ଧର୍ମ ହେଉଛି ଭାରତର ଆତ୍ମା ଓ ପରିଚୟ । ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ । କେବଳ ସନାତନ ଧର୍ମ ହିଁ ମାନବତାର କଲ୍ୟାଣର ମାର୍ଗ ଦେଖାଇବ । ଏହି ଧର୍ମରେ ପର-ଆପଣାର ଭାବନା ନାହିଁ । ସେହିପରି ନିର୍ବାଚନ ଉପରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଯୋଗୀ କହିଥିଲେ, ଆସନ୍ତା ୨୦୨୪ ନିର୍ବାଚନରେ ବିଜେପିକୁ ପୁଣି ଥରେ ବହୁମତ ମିଳିବ । ବିଜେପିକୁ ୩୦୦-୩୧୫ ସିଟ୍ ମିଳିବ । ଦଳ ଆସନ୍ତାବର୍ଷ ଶତ ପ୍ରତିଶତ ସରକାର ଗଠନ କରିବ ।

Get real time updates directly on you device, subscribe now.