fbpx

ବିଜେନେସ୍ ଟାଇକନ୍ ସୁବତ୍ର ରୟ ସାହାରାଙ୍କ ଜିବନୀକୁ ନେଇ ଫିଲ୍ମ କରିବେ ସନ୍ଦିପ୍ ସିଂ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଭାରତର ବରିଷ୍ଠ ଯୁବ ଫିଲ୍ମ ନିର୍ମାତା ସନ୍ଦିପ୍ ସିଂଙ୍କ, ମାଲିକାନାଭୁକ୍ତ ଲିଜେଣ୍ଡ ଗ୍ଲୋବାଲ ଷ୍ଟୁଡିଓକୁ ସାହାରା ଇଣ୍ଡିଆ ପରିବାରର ଅଧକ୍ଷ ସୁବତ୍ର ରୟ ସାହାରାଙ୍କ ବାୟୋପିକ ପ୍ରସ୍ତୁତି ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ସନ୍ଦିପ୍ ସିଂ ପୂର୍ବରୁ ମ୍ୟାରି କମ୍‌, ପିଏମ ନରେନ୍ଦ୍ର ମୋଦି, ସର୍ବଜିତ ଏବଂ ଅଲିଗଡ ପରି ବାୟୋପିକ ପ୍ରସ୍ତୁତ କରି ଜାତୀୟ ପୁରସ୍କାର ପାଇଛନ୍ତି । ସନ୍ଦିପ୍ ସିଂ ବର୍ତ୍ତମାନ ବୀର ସଭରକରଙ୍କ ବାୟୋପିକ ଉପରେ କାମ କରୁଥିବାବେଳେ ତାଙ୍କର ଅନ୍ୟ ଏକ ଫିଲ୍ମ ‘ଝୁଣ୍ଡ’ ମଧ୍ୟ ରିଲିଜ ହେବାକୁ ଯାଉଛି ।

ସନ୍ଦିପ୍ ସିଂ କହିଛନ୍ତି ଯେ, “ସାହାରାଶ୍ରୀଙ୍କ ଜିବନୀ ବର୍ତ୍ତମାନର ସବୁଠାରୁ ଆକର୍ଷଣୀୟ ବାସ୍ତବିକ କାହାଣୀ ଅଟେ । ଉତ୍ତର ପ୍ରଦେଶର ଏକ କ୍ଷୁଦ୍ର ସହରରୁ ପ୍ରାରମ୍ଭ ହୋଇ କିପରି ୧୪ଲକ୍ଷ କର୍ମଚାରୀ ସହିତ କାମ କରିବା ଏବଂ ରେଳସେବା ପରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିବାର ସଂଘର୍ଷକୁ ଏହି ବାୟୋପିକରେ ସ୍ଥାନ ଦିଆଯିବ ।”

ସନ୍ଦିପ୍ ସିଂଙ୍କ ଅନୁଯାୟୀ, “ସାହାରା ଇଣ୍ଡିଆଠାରୁ ସ୍ୱୀକୃତି ପ୍ରାପ୍ତ କରିବା ସହଜ ନୁହେଁ । ଶ୍ରୀଯୁକ୍ତ ସୁବ୍ରତ ରୟ ବାୟୋପିକ ପାଇଁ ବହୁ ଅନୁରୋଧ ଆସିଥିବା ବେଳେ ସେ ବିମୁଖତା ପ୍ରକାଶ କରୁଥିଲେ । ଫିଲ୍ମଟି ଆର୍ଥିକ ଦୁଷ୍ଟିକୋଣରୁ ନୁହେଁ ବରଂ ସତ୍ୟତା ଏବଂ ବାସ୍ତବତା ସହିତ ପ୍ରସ୍ତୁତ ହେବାକୁ ଯାଉଛି ଏବଂ ଆମ୍ଭୋମାନେ ମଧ୍ୟ ଏଥିପାଇଁ ଖୁବ ଉତ୍ସାହିତ ଅଛୁ ।”

ସେ ପୂର୍ବରୁ ଗୋଲିଓଙ୍କି ରାସଲୀଳା ରାମ-ଲୀଳା, ରାଓଡି ରାଠୋର, ଗବର୍ ଇଜ୍ ବ୍ୟାକ୍, ମ୍ୟାରକିମ୍ ପରି ଫିଲ୍ମରେ ସହ- ପ୍ରଯୋଜକ ଭାବେ ଏବଂ ଅଲିଗଡରେ ପ୍ରଯୋଜକ ଭାବେ କାମ କରିଛନ୍ତି ।

Get real time updates directly on you device, subscribe now.