fbpx

ଅରୁଣ ଦେଙ୍କ ପରଲୋକରେ ସଞ୍ଜୟ ଦାସବର୍ମାଙ୍କ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ବରର ପୂର୍ବତନ ବିଧାୟକ,ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅରୁଣ ଦେଙ୍କ ପରଲୋକ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ବାମପନ୍ଥୀ ଚିନ୍ତାଧାରା ସହ ଜଡ଼ିତ ସ୍ବର୍ଗତ ଦେ ବାଲେଶ୍ୱର ବିଧାନସଭା ଆସନରୁ ୫ ଥର ନିର୍ବାଚିତ ହୋଇ ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି। ଖଟିଖିଆ ଓ ମେହେନତି ମଣିଷଙ୍କ ଅଧିକାର ପାଇଁ ତାଙ୍କର ସମଗ୍ର ଜୀବନ ସମର୍ପିତ ଥିଲା। ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ ୩ଥର ସିପିଆଇରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ବିଧାୟକ ନିର୍ବାଚିତ ହୋଇଥିଲେ ।

ଜଣେ ଅଭିଜ୍ଞ ତଥା ସମାଜବାଦୀ ରାଜନୀତିଜ୍ଞ ଭାବେ ସେ ରାଜ୍ୟରେ ଜଣାଶୁଣା । ନିଷ୍ଠାପର ଭାବେ ଲୋକଙ୍କ ସ୍ୱାର୍ଥ ପାଇଁ ସେ କାର୍ୟ୍ୟ କରୁଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ବିଶିଷ୍ଟ ରାଜନୀତିଜ୍ଞଙ୍କୁ ହରାଇଲା। ସ୍ୱର୍ଗତ ଦେ’ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

Get real time updates directly on you device, subscribe now.