UNLUCKY ସାମସନ୍; ଦୁଇ ମ୍ୟାଚରେ ହିରୋ ସାଜି ବି କରିପାରିଲେନି ଶତକ, ୭ଟି ଛକା ମାରି ମଧ୍ୟ…

ଅନଲକି ସଞ୍ଜୁ କରିପାରିଲେନି ଶତକ!

ଓଡିଶା ଭାସ୍କର: ଦୁଇ ମ୍ଯାଚରେ ଭାକତର ରକ୍ଷା କବଚ ସାଜିଥିବା ସଞ୍ଜୁ ସାମସନ ନିଜ ପାଇଁ ଅନଲକି ସାବ୍ଯସ୍ତ ହୋଇଛନ୍ତି। ଲଗାତାର ଦୁଇଟି ମ୍ଯାଚରେ ଶତକ ପାଖାପାଖି ସ୍କୋର କରିଥିଲେ ମଧ୍ୟ ସେଞ୍ଚୁରୀ ମାରିପାରି ନାହାନ୍ତି।

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ଯାଚ ଖେଳାଯାଉଛି। ଆଉ ଏଥିରେ ସଞ୍ଜୁ ସାମସନ ସବୁଠାରୁ ଅଧିକ ସମୟ ରହି ଅଧିକ ରନ ମଧ୍ୟ ସ୍କୋର କରିଥିଲେ। ମାତ୍ର ସେ ନିଜର ଶତକ ପାଳି ପୁରା କରିପାରିନଥିଲେ।

ଆଜିର ମ୍ଯାଚରେ ଆରମ୍ଭରୁ ଓପନିଙ୍ଗ କରିବା ପାଇଁ ଆସି ସଞ୍ଜୁ ସାମସନ ୪୨ଟି ବଲ ଖେଳି ୮୯ ରନ କରିଥିଲେ। ଯାହାକି ଅତ୍ଯନ୍ତ ଭଲ ସ୍କୋର। ଏହାସତ୍ତ୍ବେ ମଧ୍ୟ  ପଡି଼ଆରୁ ଫେରିବା ବେଳକୁ ତାଙ୍କ ମୁହଁରେ ସାମାନ୍ଯ ନୈରାଶ୍ଯ ଦେଖିବାକୁ ମିଳିଥିଲା। ଏହି ଦମଦାର ପାଳିରେ ସେ ୭ଟି ଲମ୍ବା ଛକା ମାରିଥିଲେ ଓ ୮ଟି ଚଉକା ମାରିଥିଲେ।

ଅନ୍ଯପଟେ ଯଦି ଗତ ମ୍ଯାଚ କଥା ଆଲୋଚନା କରିବା ଭାରତ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ଯାଚରେ ମଧ୍ୟ ସେ ଓପନିଙ୍ଗ କରିବା ପାଇଁ ଆସି ଆରମ୍ଭରୁ ଶେଷ ଯାଏଁ ରହିଥିଲେ। ମାତ୍ର ସେଥିରେ ମଧ୍ୟ ସେ ୯୭ ରନ କରିଥିଲେ। ଭାରତକୁ ସେମିଫାଇନାଲରେ ପହଞ୍ଚାଇବା ପାଇଁ ସବୁଠାରୁ ବଡ଼ ଭୂମିକା ତୁଲାଇଥିଲେ ସାମସନ। ତେବେ ଲଗାତାର ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ ମ୍ଯାଚରେ ସବୁଠାରୁ ଭଲ ଖେଳି ମଧ୍ୟ ସେ ଶତକ ପୁରଣ କରିପାରିନାହାନ୍ତି।

ସୂଚନାଯୋଗ୍ଯ ଯେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ଯାଚରେ ଇଂଲଣ୍ଡ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ତରଫରୁ ଓପନିଙ୍ଗ କରିବା ପାଇଁ ସଞ୍ଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଆସିଥିଲେ।

ଅଭିଷେକ ୭ ବଲରେ ୯ ରନ କରି ଆଉଟ ହୋଇଥିଲେ। ଶିବମ ଦୁବେ ୪୩, ଇଶାନ କିଷାନ ୩୯ ରନ କରିଥିଲେ। ଖେଳ ଶେଷକୁ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଥିଲା।