fbpx

ସାନ୍ତାଳୀ-ଅଲଚିକି ଭାଷାରେ ସିଟି ପ୍ରବେଶିକା ପରୀକ୍ଷା ବାତିଲ୍: ଘୋଷଣା ହେଲା ନୂଆ ପରୀକ୍ଷା ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪-୨୬ ବର୍ଷ ପାଇଁ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ (ସିଟି) ପ୍ରବେଶିକା ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସାନ୍ତାଳୀ-ଅଲଚିକି ଭାଷାରେ ସିଟି ପ୍ରବେଶିକା ପରୀକ୍ଷାକୁ ବାତିଲ୍ କରାଯାଇଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ରରେ ବୈଷୟିକ ତ୍ରୁଟି କାରଣରୁ ଏହାକୁ ବାତିଲ୍ କରାଯାଇଛି । ପରୀକ୍ଷା ବାତିଲ ହେବା ପରେ ଏବେ ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖରେ ସାନ୍ତାଳୀ-ଅଲଚିକି ଭାଷାରେ ସିଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ ଗତ ମାସ ୧୫ ତାରିଖରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଦେଇଥିଲେ ସେମାନେ ଏବେ ଆସନ୍ତା ୧୯ ତାରିଖରେ ପୁନଃ ପରୀକ୍ଷା ଦେବେ । ତେବେ ଯେଉଁ ପ୍ରାର୍ଥୀମାନେ ପୁନଃ ପରୀକ୍ଷା ଦେବେ ନାହିଁ, ୧୫ ତାରିଖର ପରୀକ୍ଷାର ମାର୍କକୁ ସିଲେକ୍ସନ ପାଇଁ ଫାଇନାଲ ମାର୍କ ଭାବେ ଗ୍ରହଣ କରାଯିବ । ୧୯ ତାରିଖ ଦିନ ମଧ୍ୟାହ୍ନ ୧୨.୧୪ରୁ ୧.୪୫ ପର୍ଯ୍ୟନ୍ତ ପୁନଃ ପରୀକ୍ଷା ଅନୁଷ୍ଠିତ ହେବ ।

Santali-Olchiki

Get real time updates directly on you device, subscribe now.