fbpx

ସୁଶାନ୍ତଙ୍କ କଥା ଭାବି ଭାବବିହ୍ୱଳ ହେଲେ ସାରା, କହିଲେ ମୁଁ ୨୦୧୭ ଅଗଷ୍ଟ ମାସରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡ଼ିଆରେ ଏମିତି କିଛି ଫଟୋ ଏବଂ ଭିଡ଼ିଓ ଛାଡ଼ନ୍ତି ଯାହାକି ତାଙ୍କ ଫ୍ୟନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି ନାୟିକାଙ୍କ ଫିଲ୍ମ କ୍ୟାରିୟର ୨୦୧୮ ମସିହାରେ କେଦାନାଥ ଫିଲ୍ମରୁ ଆରମ୍ଭ ହୋଇଥିଲା । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ସୁଶାନ୍ତ ସିଂହ ରାଜପୁତ । ତେବେ ଫିଲ୍ମ ରିଲିଜ ହେବାର ୪ବର୍ଷ ପୂରଣ ହେବା ଅବସରରେ ସାରା ଅଲି ଖାନ ନିଜ ସୋସିଆଲ ମିଡ଼ିଆରେ କିଛି ଫଟୋ ସେୟାର କରି, ଏକ ଲମ୍ବା କ୍ୟାପସନ ଦେଇଛନ୍ତି ।

ସେ କେଦାରନାଥ ଫିଲ୍ମ ଜଡିତ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସାରା, ସୁଶାନ୍ତ, ନିର୍ଦ୍ଦେଶକ ଏବଂ ଟିମର କିଛି ସଦସ୍ୟ ଅଛନ୍ତି । ଫଟୋ ଗୁଡ଼ିକ ତଳେ ସାରା ଲେଖିଛନ୍ତି, “୪ବର୍ଷ ପୂର୍ବରୁ ମୋର ବଡ଼ ସ୍ୱପ୍ନ ପୂରଣ ହୋଇଛି । ମୋତେ ଲାଗୁଛି ଆଜି ମଧ୍ୟ ସେହି ସ୍ୱପ୍ନ ଅଛି ଏବଂ ଆଗକୁ ରହିବ । ମୁଁ ଅଗଷ୍ଟମାସ ୨୦୧୭ କୁ ଯିବା ପାଇଁ, ସେହି ସମସ୍ତ ସୁଟ ପାଇଁ ଏବଂ ସବୁ ମୁହୁର୍ତ୍ତକୁ ଅନୁଭବ କରିବା ପାଇଁ ମୁଁ କିଛି ବି କରିପାରିବି ।”

ସାରା ଆଗକୁ ସୁଶାନ୍ତଙ୍କୁ ମନେପକାଇ ଲେଖିଛନ୍ତି, ‘ ମୁଁ ସୁଶାନ୍ତଙ୍କ ଠାରୁ ମ୍ୟୁଜିକ, ଫିଲ୍ମ, ନୋବେଲ, ଆକ୍ଟିଙ୍ଗ, ସ୍ଟାର୍ସ ସ୍କାଇ ବିଷୟରେ ବହୁତ କିଛି ଶିକ୍ଷିଛି । ତାଙ୍କ ସହ କେତେ ସୂର୍ଯ୍ୟ ଉଇଁବା ଏବଂ ଅସ୍ତ ଦେଖିଥିଲି, ନଦୀର କୁଳୁକୁଳୁ ଶବ୍ଦ ଶୁଣିଥିଲି, ମ୍ୟାଗି ଏବଂ କୁରୁକୁରୀକୁ ମଧ୍ୟ ଉପଭୋଗ କରିଥିଲି । ଆମେ ଦୁହେଁ ଚାରିଟା ରାତିରୁ ଉଠି ଫିଲ୍ମ ସୁଟିଂ ପାଇଁ ବାହାରି ଗଡ୍ଡୁ ସାରଙ୍କ ଆଦେଶ ପାଳନ କରୁଥିଲୁ । ଏହି ସବୁ ମୂହୂର୍ତ୍ତକୁ ମୁଁ କେବେ ବି ଭୁଲିପାରିବି ନାହିଁ ।’

ସେହି ପୋଷ୍ଟରେ ସାରା ଲେଖିଛନ୍ତି ‘ଜୟ ଭୋଲେନାଥ, ଆଜି ବି ମୁଁ ଯେତେବେଳେ ସଂଧ୍ୟାରେ ଚାନ୍ଦକୁ ଦେଖେ ସେତେବେଳେ ମୁଁ ଜାଣେ କି ସୁଶାନ୍ତ ଆସିଗଲେ । ଯେପରି ଚନ୍ଦ୍ର ଉଜ୍ୱଳ କରେ ଶୁଶାନ୍ତ ସେହିପରି ଜଣେ ଉଜ୍ୱଳ ମଣିଷ ଥିଲେ ।’ ତେବେ ସାରା ଅଲି ଖାନଙ୍କ ଏହି ପୋଷ୍ଟକୁ ଫଲୋର୍ସମାନେ ଖୁବ ପସନ୍ଦ କରିଛନ୍ତି । ଅନେକ କମେଣ୍ଟ ଦେଇ ସୁଶାନ୍ତଙ୍କୁ ମନେପକାଇଛନ୍ତି ପ୍ରଶଂସକ ।

https://www.instagram.com/p/Cl3fEubSPVa/?utm_source=ig_web_button_share_sheet

 

Get real time updates directly on you device, subscribe now.