୭ଟି ଛକା, ୮ ଚଉକା ମାରି ସାରିଦେଲେ ଖେଳ; ତାଜୁବ ହୋଇଗଲେ ଦର୍ଶକ, IPL ୨୦୨୬ ଆଗରୁ ସରଫରାଜ ଖାନଙ୍କ ଦମଦାର ଶତକ…

ଏଥର ତଗଡା ହେବ IPL ମ୍ଯାଚ...

ଓଡିଶା ଭାସ୍କର: IPL ଆଗରୁ ପୁରା ଫର୍ମରେ ଏହି ଖେଳାଳି। ଡରିଲେଣି ସବୁ ଦଳ। ଲମ୍ବା ଚକା ଓ ଛଉକା ମାରି ଆଖିପିଛୁଳାକେ ମାରିଲେ ସେଞ୍ଚୁରୀ। ତାଳି ମାରି ସାବାଶ କହିଲେ ଦର୍ଶକ। ଯେମିତିଆ ବାଉନ୍ସର ମାରିଲେ କରୁଥିଲେ ଛକା ବର୍ଷା।

ମାତ୍ର ୪୭ ଟି ବଲ ଖେଳି ଜଣେ ଭାରତୀୟ ଖେଳାଳି ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଆସାମ ବିପକ୍ଷରେ ଖେଳି ସରଫରାଜ ଖାନ ଏହି ସଫଳତା ହାସଲ କରିଛନ୍ତି।

୪୭ ବଲ୍‌ରେ ଶତକ ହାସଲ କରିଥିଲେ ସରଫରାଜ ଖାନ। ମୁମ୍ବାଇ ପାଇଁ ତୃତୀୟ ନମ୍ବରରେ ଖେଳି ସେ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ସାତଟି ଛକା ଏବଂ ଆଠଟି ଚଉକା ମାରିଥିଲେ।

ଆଇପିଏଲ୍ ୨୦୨୬ ନିଲାମ ଡିସେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ଫରାଜ ଶେଷ ଥର ପାଇଁ ୨୦୨୩ ମସିହାରେ ଆଇପିଏଲ୍ ଖେଳିଥିଲେ, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ବଜାୟ ରଖି ନଥିଲେ। ଏବେ, ଏହି ବିସ୍ଫୋରକ ଶତକ ପରେ, ଅନେକ ଦଳ ତାଙ୍କୁ ବିଚାର କରିପାରନ୍ତି।

କାହିଁକି ସରଫରାଜଙ୍କ ଶତକ ନେଇ ଚର୍ଚ୍ଚା ଚାଲିଛି: ଯଦି ଦେଖିବା ସରଫରାଜ ଖାନ IPL ଖେଳରେ ଦେଖିବାକୁ ମିଳନ୍ତି। ମାତ୍ର ୨୦୨୩ ମସିହାରେ ସେ ଶେଷ ଥର ପାଇଁ IPLରେ ନଜର ଆସିଥିଲେ।

ଏହା ପରେ ୨୦୨୪ ଓ ୨୦୨୫ ମସିହାରେ ଆଇପିଏଲରେ ତାଙ୍କୁ କୌଣସି ଦଳ କିଣିନଥିଲେ। କୌଣସି ଦଳ ତାଙ୍କୁ ଟିମରେ ସାମିଲ ନ କରିବାରୁ ସେ ନିଲାମିରେ ଅନସୋଲ୍ଡ ରହିଥିଲେ।

ମାତ୍ର ତାଙ୍କର ଆଜିର ପରଫରମାନ୍ସ ପରେ ସେ ଏଥର ମୋଟା ରକମରେ ନିଲାମି ହୋଇପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ କେଉଁ ଟିମ ତାଙ୍କୁ କିଣୁଛି ଦେଖାଯାଉ।