fbpx

ସରପଞ୍ଚ ପଦ ନିଲାମ ଘଟଣା, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଇସି

ବଲାଙ୍ଗିର ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ ଘଟଣା । ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନର । କୌଣସି ଆଶାୟୀଙ୍କୁ ଯେମିତି ନାମାଙ୍କନରେ ବାଧା ନପହଞ୍ଚେ ଦେଖିବାକୁ ନିର୍ଦ୍ଦେଶ ଦେବା ସହ ସରପଞ୍ଚ ପାଇଁ କୌଣସି ଆଶାୟୀ ଯେମିତି ବାଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଧ୍ୟାନ ଦେବାକୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ । ନିର୍ବିଘ୍ନରେ ନୋମିନେସନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଲେ କମିଶନର । ବିଲେଇସର୍ଡା ସରପଞ୍ଚ ପଦବୀ ୪୪ ହଜାରରେ ନିଲାମ ଅଭିଯୋଗ ଥିଲା ।

ବାଲିସାରଦା ପଞ୍ଚାୟତରେ ୩ଟି ଗ୍ରାମ ଏବଂ ୧୫ଟି ୱାର୍ଡ ରହିଛି । ସମୁଦାୟ ୨୦୦୦ ଭୋଟର ରହିଥିବା ବେଳେ ସରପଞ୍ଚ ପଦବୀ ଅଣ ସଂରକ୍ଷିତ ରହିଛି । ସୁଶାନ୍ତ ଚତ୍ରିଆ ନାମକ ବ୍ୟକ୍ତି ସର୍ବାଧିକ ଅର୍ଥ ବିଡ କରିବା ସହିତ ଏହି ନିଲାମୀ ହାତେଇଥିଲେ । ସୁଶାନ୍ତ କହିଛନ୍ତି ୪ ପ୍ରାର୍ଥୀଙ୍କ ମଧ୍ୟରୁ ମୁଁ ସବୁଠୁ ଅଧିକ ଅର୍ଥ ବିଡ କରି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲି । ସେହିପରି ଅନ୍ୟ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଆମେ ସମାନ ଢଙ୍ଗରେ ନିର୍ବାଚିତ କରିବାକୁ ପ୍ରୟାସ କରୁଛୁ ବୋଲି ଚତ୍ରିଆ କହିଛନ୍ତି ।

Get real time updates directly on you device, subscribe now.