ଶନିଙ୍କ ବର୍ତ୍ତମାନ ସ୍ଥିତି ତିନି ରାଶି ପାଇଁ ଅଶୁଭ; ବଦଳି ଯିବ ଜୀବନ

ସେପ୍ଟେମ୍ବର ମାସରେ ଶନିଙ୍କ ଗ୍ରହ ସ୍ଥିତି କେଉଁ କେଉଁ ରାଶି ପାଇଁ ଅଶୁଭ, ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ଓଡିଶା ଭାସ୍କର: ବର୍ତ୍ତମାନ ଶନି ଗ୍ରହ ପଶ୍ଚାଦଗାମୀ ଅବସ୍ଥାରେ ମୀନ ରାଶିରେ ବିରାଜିତ ଅଛନ୍ତି। ଏହି କାରଣରୁ ଶନି ଗ୍ରହଙ୍କ ତେରେଛା ନଜର ପଡିବ କେତେକ ରାଶିଙ୍କ ଉପରେ, ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

ଶନିଙ୍କ ଦୃଷ୍ଟି ପଡ଼ିବ ସିଂହ ରାଶିର ଅଧିପତି ରବି ଏବଂ ମିଥୁନ ତଥା କନ୍ୟା ରାଶିର ସ୍ୱାମୀ ବୁଧଙ୍କ ଉପରେ। ଶନିଙ୍କ ବକ୍ର ଦୃଷ୍ଟି ପ୍ରଭାବରେ ଏହି ରାଶିମାନଙ୍କୁ ଅନେକ ଚିନ୍ତାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।

ଶନି ଗ୍ରହଙ୍କୁ କର୍ମଫଳଦାତା ଓ ନ୍ୟାୟ ପ୍ରଦାୟକ ଭାବେ ଗଣନା କରାଯାଏ। ଶନି ଗ୍ରହର ବର୍ତ୍ତମାନର ପ୍ରଭାବ କାରଣରୁ ଏଇ ତିନି ରାଶିର ବ୍ୟକ୍ତି ମାନେ ନିଜ କର୍ମର ଫଳ ଭୋଗିବେ। ଏହି ବ୍ୟକ୍ତିବିଶେଷ ବର୍ତ୍ତମାନ ପରିସ୍ଥିତିରେ କଠିନ ପରିଶ୍ରମ କରିବା ପାଇଁ ପାଇଁ ବାଧ୍ୟ ହେବେ।

ଯଦି କୌଣସି କୁକର୍ମ କରନ୍ତି ତାହେଲେ ଭୋଗିବେ ଭୟଙ୍କର ଅଶୁଭ ପାଲା ଦେବେ ଶନି ଗ୍ରହ। ଆପଣଙ୍କୁ କର୍ମର ସୁଫଳ କିମ୍ବା କୁଫଳ ତତକ୍ଷଣାତ ମିଳିବ। ଚାଲନ୍ତୁ ସେପ୍ଟେମ୍ବର ମାସରେ ଏଇ ତିନି ରାଶିମାନଙ୍କ ଶନି ପ୍ରଭାବିତ ଭବିଷ୍ୟତ ବିଷୟରେ ଜାଣିବା।

ମିଥୁନ ରାଶି: ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଶନି ଗ୍ରହର ଏବେକା ସ୍ଥିତି ଖୁବ କଠିନ ପରିସ୍ଥିତି ଆଣି ପାରେ। ଆପଣମାନେ ମାନସିକ ସନ୍ତୁଳନ ହରାଇବେ। ମାନସିକ ଭ୍ରମ ସୃଷ୍ଟି ହେବା ଫଳରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଅସୁବିଧା ବଢି ପରେ।

ବ୍ୟବସାୟୀ ଓ ଚାକିରିଆଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହାର ପ୍ରତିକାର ପାଇଁ ଶନିଦେବଙ୍କ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତୁ।

ସିଂହ ରାଶି: ଗ୍ରହରାଜ ରବି ସିଂହ ରାଶିର ସ୍ୱାମୀ ଅଟନ୍ତି। ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ଶତ୍ରୁତା ରହିଛି। ଏହି କାରଣରୁ ଶନିଙ୍କ ବର୍ତ୍ତମାନ ସ୍ଥିତି ପାଇଁ ସିଂହ ରାଶିକୁ କଠିନ ପରିସ୍ଥିତିର ସାମ୍ନା କରିବା ପାଇଁ ପଡିବ। କର୍ମକ୍ଷେତ୍ରରେ ଚାପ ବଢ଼ିବା ଫଳରେ ଆପଣ ଚିନ୍ତାରେ ରହିବେ।

କାର୍ଯ୍ୟସ୍ଥଳରେ ବିବାଦ ବଢ଼ିବ। ଯେ କୌଣସି କାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଝଗଡା ଓ ବିବାଦରୁ ନିଜକୁ ଦୁରେଇ ରଖନ୍ତୁ। ଶନିଦେବଙ୍କୁ ଶାନ୍ତ କରିବା ପାଇଁ ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ। ଏହାସହିତ କଳା ବିରି ଓ କଳା ରାଶି ମଧ୍ୟ ଦାନ କରନ୍ତୁ।

କନ୍ୟା ରାଶି: କନ୍ୟା ରାଶି ବ୍ୟକ୍ତିବିଶେଷ ମାନେ ନିଜର କାର୍ଯ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆପଣମାନେ ବି ବହୁ ଅଧିକ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ ହେବେ। ଯେ କୌଣସି କାର୍ଯ୍ୟ କଲା ବେଳେ ସଠିକ ଯୋଜନା କରି କାମ ଆରମ୍ଭ କରନ୍ତୁ, ବଦଖର୍ଚ୍ଚରୁ ଦୂରେଇ ରହନ୍ତୁ।

ନିଜର ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦିଅନ୍ତୁ। ଶନି ଗ୍ରହଙ୍କ ଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣମାନେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ।