ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ୪ ରାଶି ପାଇଁ ରାଜଯୋଗର ସଂକେତ, ଏମାନଙ୍କ ଉପରେ ପଡିବ ନ୍ୟାୟ ଦେବତାଙ୍କ ବକ୍ରଦୃଷ୍ଟି…

ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ୪ ରାଶି ପାଇଁ ରାଜଯୋଗର ସଂକେତ

Saturn Transit: ନ୍ୟାୟ ଓ କର୍ମର କାରକ ଗ୍ରହ ଶନି ୨୦ ଜାନୁଆରୀ ୨୦୨୬ ତାରିଖରୁ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ନକ୍ଷତ୍ରର ସ୍ୱାମୀ ସ୍ୱୟଂ ଶନିଦେବ ହୋଇଥିବାରୁ ଏହି ଗୋଚରକୁ ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ବୋଲି ଗଣାଯାଉଛି । ଶନି ୧୭ ମେ ପର୍ଯ୍ୟନ୍ତ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ରହିବେ, ଅର୍ଥାତ୍ ପ୍ରାୟ ୪ ମାସ ଧରି ସେ ନିଜ ନକ୍ଷତ୍ରରେ ଅବସ୍ଥାନ କରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ନିଜ ରାଶି କିମ୍ବା ନିଜ ନକ୍ଷତ୍ରରେ ଗୋଚର କରେ, ସେତେବେଳେ ତାହାର ପ୍ରଭାବ ଦୁଇଗୁଣା ହୋଇଯାଏ। ଜ୍ୟୋତିଷଙ୍କ ମତଅନୁସାରେ, ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୪ଟି ରାଶି ପାଇଁ ବଡ଼ ରାଜଯୋଗ ଗଠନ କରିପାରେ, ସେହିପରି କିଛି ରାଶିଙ୍କୁ ସାବଧାନ ରହିବାକୁ ପଡ଼ିପାରେ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ଗୋଚର ଅତ୍ୟନ୍ତ ଲାଭକାରୀ ହେବ। ଦୀର୍ଘଦିନର ସମସ୍ୟାରୁ ମୁକ୍ତି ମିଳିବ ଏବଂ କ୍ୟାରିୟରରେ ନୂଆ ଆରମ୍ଭର ସୁଯୋଗ ଆସିପାରେ। ପରିବାର ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି: ସିଂହ ରାଶି ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କଳ୍ୟାଣକାରୀ ସାବ୍ୟସ୍ତ ହେବ। ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ସମାଜରେ ମାନ-ସମ୍ମାନ ବଢ଼ିବ ଏବଂ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ଗଢ଼ିଉଠିବ।

ଧନୁ ରାଶି: ଧନୁ ରାଶିର ଜାତକମାନଙ୍କ ପାଇଁ ଏହି ସମୟ ବିବାଦରୁ ମୁକ୍ତି ନେଇଆସିବ। ବିଦେଶ ଯାତ୍ରା କିମ୍ବା ଉଚ୍ଚଶିକ୍ଷା ସମ୍ପର୍କିତ ସ୍ୱପ୍ନ ପୂରଣ ହେବାର ସମ୍ଭାବନା ରହିଛି। ନୂଆ ଚାକିରି ପାଇଁ ପ୍ରୟାସ କରୁଥିବା ଲୋକମାନେ ଶୁଭ ସମାଚାର ପାଇପାରନ୍ତି।

ମୀନ ରାଶି: ମୀନ ରାଶିରେ ଚାଲିଥିବା ସାଢ଼େସାତିର ଅଶୁଭ ପ୍ରଭାବ କମିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସନ୍ତାନ କିମ୍ବା ପିତାଙ୍କ ସହ ସମ୍ପର୍କିତ ସମସ୍ୟା ଦୂର ହେବ ଏବଂ ସରକାରୀ ଯୋଜନାର ଲାଭ ମିଳିପାରେ।

ସମଗ୍ର ଭାବେ, ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଅନେକଙ୍କ ଜୀବନରେ ନୂଆ ଆଶା ଓ ସୁଯୋଗ ନେଇଆସିବ ବୋଲି ଜ୍ୟୋତିଷମାନେ ମତ ପ୍ରକାଶ କରିଛନ୍ତି