fbpx

SBI ଗ୍ରାହକ ସାବଧାନ୍! ବ୍ୟାଙ୍କ ବଦଳାଇଲା ବଡ଼ ନିୟମ, Transactionରେ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଅନୁସାରେ, ଏବେ ଏସବିଆଇର ୟୋନୋ ଆପ୍ଲିକେସନରେ ଗ୍ରାହକମାନେ କେବଳ ସେହି ଫୋନରେ ବ୍ୟବହାର କରିପାରିବେ, ଯାହାର ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ ହୋଇଛି । ଅର୍ଥାତ୍ ଆପଣ ଯେକୌଣସି ନମ୍ବରରୁ ବ୍ୟାଙ୍କର ସେବା ଉପଭୋଗ କରିପାରିବେ ନାହିଁ । ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ ଏପରି ପଦକ୍ଷେପ ଗ୍ରହଣ କରିଛି ।

ବ୍ୟାଙ୍କ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ଯେ, ନୂତନ ପଞ୍ଜୀକରଣ ପାଇଁ ଗ୍ରାହକମାନେ ସେହି ଫୋନ୍ ବ୍ୟବହାର କରିବା ଉଚିତ ଯେଉଁଥିରେ ସେମାନଙ୍କ ବ୍ୟାଙ୍କ ସହ ପଞ୍ଜୀକୃତ ମୋବାଇଲ୍ ନମ୍ବର ରହିଛି । ତାହା ହେଉଛି, ବର୍ତ୍ତମାନ ଏସବିଆଇ ୟୋନୋ ଆକାଉଣ୍ଟଧାରୀମାନଙ୍କୁ ଅନ୍ୟ କୌଣସିି ନମ୍ବର ସହିତ ଲଗ୍ ଇନ୍ କରିବାକୁ ଚେଷ୍ଟା କଲେ କୌଣସି କାରବାର କରିବାକୁ ଅନୁମତି ଦେବ ନାହିଁ ।

Get real time updates directly on you device, subscribe now.