fbpx

SBI Alert! ବଜେଟର ୨ ଦିନ ପୂର୍ବରୁ ହେବ ବ୍ୟାଙ୍କ ଧର୍ମଘଟ, ତୁରନ୍ତ କାମ ସାରିବା ପାଇଁ ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ

ନୂଆଦିଲ୍ଲୀ: ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ବ୍ୟାଙ୍କଗୁଡିକ ଲଗାତାର ଦୁଇ ଦିନ ବନ୍ଦ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ । ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

ତେବେ ବ୍ୟାଙ୍କ କର୍ମଚାରୀମାନେ ୩୦ ଏବଂ ୩୧ ଜାନୁଆରୀ ଅର୍ଥାତ୍ ସୋମବାର ଏବଂ ମଙ୍ଗଳବାର ଦିନ ଧର୍ମଘଟ କରିବାକୁ ଯାଉଛନ୍ତି । ଯଦି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ଯାଆନ୍ତି, ତେବେ ବ୍ୟାଙ୍କ ବ୍ରାଞ୍ଚର କାମ ମଧ୍ୟ ପ୍ରଭାବିତ ହୋଇପାରେ ।

ଏ ବାବଦରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କହିଛି ଯେ, ଜାନୁଆରୀ ୩୦-୩୧ ରେ ୟୁନିଅନ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ୱାରା ଡକାଯାଇଥିବା ୨ ଦିନିଆ ଧର୍ମଘଟ ସେମାନଙ୍କ ବ୍ରାଞ୍ଚର କାମକୁ ପ୍ରଭାବିତ କରିପାରେ । ଦେଶର ବିଭିନ୍ନ ସ୍ଥାନରୁ ବ୍ୟାଙ୍କ ବ୍ରାଞ୍ଚର କର୍ମଚାରୀମାନେ ଏହି ଧର୍ମଘଟରେ ଭାଗ ନେବାକୁ ଯାଉଛନ୍ତି । ଯଦି ଗ୍ରାହକମାନଙ୍କର କିଛି କାମ ବ୍ରାଞ୍ଚ ସହିତ ଜଡିତ ଅଛି, ତେବେ ପୂର୍ବରୁ ସମାଧାନ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.