SBI ଗ୍ରାହକ ସାବଧାନ! ସେପ୍ଟେମ୍ୱର ୪ ତାରିଖ ଦିନ କାମ କରିବନି UPI! ଟଙ୍କା ପଠାଇବା ପୂର୍ବରୁ ଜାଣନ୍ତୁ ଏହି ଖବର

୪ ସେପ୍ଟେମ୍ବର ରାତିରେ ୪୫ ମିନିଟ୍‌ ପାଇଁ SBIର UPI ସେବା ରହିବ।

ନୂଆଦିଲ୍ଲୀ: ଯଦି ଆପଣ ପ୍ରତିଦିନ SBIର UPI ମାଧ୍ୟମରେ ଟଙ୍କା ପଠାଉଛନ୍ତି କିମ୍ବା ପେମେଣ୍ଟ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୪ ସେପ୍ଟେମ୍ବର ରାତିରେ ହଠାତ୍‌ UPI ପେମେଣ୍ଟ କାମ ନକରିପାରେ। ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। SBI ପକ୍ଷରୁ ଏହାର କାରଣ ମଧ୍ୟ ସ୍ପଷ୍ଟ କରାଯାଇଛି।

SBIର ସୂଚନା ଅନୁସାରେ, ୪ ସେପ୍ଟେମ୍ବର ୨୦୨୬ ରାତି ୧୨ଟା ୧୫ ମିନିଟ୍‌ରୁ ୧ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ରହିବ ନାହିଁ। ଅର୍ଥାତ୍‌ ପ୍ରାୟ ୪୫ ମିନିଟ୍‌ ପାଇଁ UPI ପେମେଣ୍ଟ ପ୍ରଭାବିତ ହେବ।

ବ୍ୟାଙ୍କର ମେଣ୍ଟେନାନ୍ସ କାମ ପାଇଁ ଏହି ସାମୟିକ ବନ୍ଦ ରଖାଯାଉଛି। ତେବେ ଧାର୍ଯ୍ୟ ସମୟ ପୂର୍ବରୁ ମେଣ୍ଟେନାନ୍ସ କାମ ଶେଷ ହୋଇପାରେ ବୋଲି SBI କହିଛି।

UPI ବନ୍ଦ ଥିଲେ କେମିତି କରିବେ ପେମେଣ୍ଟ: ଏହି ସମୟରେ ଛୋଟ ପେମେଣ୍ଟ ପାଇଁ ଗ୍ରାହକଙ୍କ ପାଖରେ ଏକ ବିକଳ୍ପ ରହିବ। ସେମାନେ UPI Lite ବ୍ୟବହାର କରିପାରିବେ। UPI Lite ମାଧ୍ୟମରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଟ୍ରାଞ୍ଜାକ୍ସନ୍‌ କରାଯାଇପାରିବ ଏବଂ ପ୍ରତ୍ୟେକ ଥର UPI PIN ଦେବାର ଆବଶ୍ୟକତା ହୁଏନାହିଁ। ଏଥିରେ ସର୍ବାଧିକ ୫,୦୦୦ ଟଙ୍କା ବାଲାନ୍ସ ରଖିହେବ।

SBI UPIର ଟ୍ରାଞ୍ଜାକ୍ସନ୍‌ ଲିମିଟ୍‌ କେତେ: UPI ମାଧ୍ୟମରେ ଗୋଟିଏ ଦିନରେ ସାଧାରଣତଃ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ୍‌ କରାଯାଇପାରେ। Person-to-Person ବା P2P ପେମେଣ୍ଟରେ ଦିନକୁ ୨୦ଟି ଟ୍ରାଞ୍ଜାକ୍ସନ୍‌ କରିବାର ସୁବିଧା ରହିଛି।

ତେବେ କିଛି ନିର୍ଦ୍ଦିଷ୍ଟ ଓ ଭେରିଫାଏଡ୍‌ ମର୍ଚ୍ଚାଣ୍ଟ କ୍ୟାଟେଗୋରୀ ପାଇଁ ଅଧିକ ଲିମିଟ୍‌ ରହିଛି। ଇନ୍‌ସୁରାନ୍ସ ଏବଂ କ୍ୟାପିଟାଲ୍‌ ମାର୍କେଟ୍‌ ପାଇଁ ଏହି ସୀମା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି IPO, ଟ୍ୟାକ୍ସ ପେମେଣ୍ଟ, ହସ୍ପିଟାଲ ଏବଂ ସ୍କୁଲ୍‌-କଲେଜ୍‌ ପେମେଣ୍ଟ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲିମିଟ୍‌ ରହିଛି।

UPI ପେମେଣ୍ଟରେ ଲାଗିବ କି ଚାର୍ଜ: ଏହା ମଧ୍ୟରେ UPIର କିଛି ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍‌ରେ MDR ଲାଗୁ କରିବାକୁ ସରକାର ପ୍ରସ୍ତୁତି ଚଳାଇଥିବା ଖବର ଆସିଛି। ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ଏନେଇ ନୋଟିଫିକେସନ୍‌ ଆସିପାରେ ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ MDRର ହାର, ଟ୍ରାଞ୍ଜାକ୍ସନ୍‌ ଲିମିଟ୍‌ ଏବଂ ଅନ୍ୟ ନିୟମ ଅଧିକାରିକ ଭାବେ ନିର୍ଦ୍ଧାରିତ ହୋଇନାହିଁ।

ସରକାର ସ୍ପଷ୍ଟ କରିଛି ଯେ, ସାଧାରଣ ଲୋକ UPI ମାଧ୍ୟମରେ ପେମେଣ୍ଟ କଲେ ସେମାନଙ୍କଠାରୁ କୌଣସି ଚାର୍ଜ ନିଆଯିବ ନାହିଁ। P2P ଟ୍ରାଞ୍ଜାକ୍ସନ୍‌ ମଧ୍ୟ ମାଗଣା ରହିବ। ଯଦି MDR ଲାଗୁ ହୁଏ, ତେବେ ଏହା କେବଳ କିଛି ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍‌ରେ ଲାଗୁ ହେବ।

ଦ୍ରୁତ ଗତିରେ ବଢ଼ିଛି UPIର ବ୍ୟବହାର: ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ସହଜ କରିଛି UPI। FY ୨୦୧୬-୧୭ରେ UPI ମାଧ୍ୟମରେ ପ୍ରାୟ ୨ କୋଟି ଟ୍ରାଞ୍ଜାକ୍ସନ୍‌ ହୋଇଥିବା ବେଳେ FY ୨୦୨୫-୨୬ରେ ଏହା ବଢ଼ି ୨୪,୧୬୨ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ୍‌ରେ ପହଞ୍ଚିଛି।

ଏହି ସମୟ ମଧ୍ୟରେ UPI ଟ୍ରାଞ୍ଜାକ୍ସନ୍‌ର ମୋଟ ମୂଲ୍ୟ ମଧ୍ୟ ୦.୦୭ ଲକ୍ଷ କୋଟିରୁ ବଢ଼ି ପ୍ରାୟ ୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ତେଣୁ ଆପଣ ଯଦି SBIର UPI ଉପରେ ନିର୍ଭର କରୁଛନ୍ତି, ତେବେ ୪ ସେପ୍ଟେମ୍ବର ରାତି ୧୨ଟା ୧୫ରୁ ୧ଟା ମଧ୍ୟରେ UPI ସେବା ବନ୍ଦ ରହିବା କଥା ମନେ ରଖନ୍ତୁ। ଜରୁରୀ ପେମେଣ୍ଟ ଥିଲେ ଆଗୁଆ ବ୍ୟବସ୍ଥା କରନ୍ତୁ।