fbpx

SBI-HDFCର ବଡ଼ ଘୋଷଣା: ଦୀପାବଳୀରେ ଶାନଦାର ଅଫର, ଘର କିଣିବାରେ ଖାଲି ରିହାତି ଆଉ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ଏହି ଦିପାବଳୀ ଅବସରରେ ନିଜର ସ୍ୱପ୍ନର ଘର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଶାନଦାର ଅଫର ଆସିଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏହି ସୁବିଧା ଲଞ୍ଚ ହୋଇଛି । ଏହି ଦୁଇ ବ୍ୟାଙ୍କ ପକ୍ଷରୁ ହୋମ ଲୋନ୍ ସୁଧ ହାର ହ୍ରାସ କରାଯାଇଛି । ପାର୍ବଣ ଋତୁରେ ମାତ୍ର ୮.୪୦ ପ୍ରତିଶତ ପ୍ରାରମ୍ଭିକ ଦରରେ ଲୋନ ଯୋଗାଇ ଦେବାକୁ ଦୁଇ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି ।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ବୃଦ୍ଧି କରିବା ଫଳରେ ହୋମ୍ ଲୋନ ଦର ବୃଦ୍ଧି ପାଇଥିଲା । ତେବେ ହୋମ ଲୋକ ସଂଖ୍ୟା ଛଅ ଲକ୍ଷ କୋଟି ଟପିଥିବା ଏସବିଆଇ ପକ୍ଷରୁ କୁହାଯାଇଛି । କୌଣସି ବ୍ୟାଙ୍କ ପକ୍ଷରୁ ଲୋନ ସେକ୍ଟରରେ ଏହା ହେଉଛି ଏକ ବଡ଼ ଅଙ୍କ । ଏହି ଅବସରରେ ବ୍ୟାଙ୍କ ତରଫରୁ ଫେଷ୍ଟିଭ୍ ଡିସକାଉଣ୍ଟ ଦିଆଯାଇଛି । ବ୍ୟାଙ୍କ ସୁଧ ହାରରେ ୦.୨୫ ପ୍ରତିଶତ ରିହାତି ପ୍ରଦାନ କରିବ । ପ୍ରାରମ୍ଭିକ ସ୍ତରର ଲୋନ୍ ପାଇଁ ସୁଧ ହାର ୮.୪୦ ପ୍ରତିଶତ ରହିବ ବୋଲି କୁହାଯାଇଛି ।

ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ଏହି ଅଫର ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ବ୍ୟାଙ୍କ ମୁତାବକ, ପାର୍ବଣ ସିଜିନରେ ହୋମ ଲୋନରେ ୦.୨୫ ପ୍ରତିଶତ, ହୋମ ଲୋନ ଉପରେ ଦିଆଯାଉଥିବା ଲୋନ ଉପରେ ୦.୧୫ ପ୍ରତିଶତ ଓ ପ୍ରପର୍ଟି ମର୍ଟଗେଜ ବଦଳରେ ମିଳୁଥିବା ଲୋନ ଉପରେ ୦.୩୦ ପ୍ରତିଶତ ରିହାତି ଦିଆଯିବ । ବ୍ୟାଙ୍କରୁ ୨୮ ଲକ୍ଷରୁ ଅଧିକ ଲୋକ ହୋମ ଲୋଇ ନେଇଥିବା ଏସବିଆଇ ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି ।

ଅନ୍ୟପଟେ ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ୦.୨୦ ପ୍ରତିଶତ ରିହାତି ଦେଇ ୮.୪୦ ପ୍ରତିଶତ ସୁଧ ହାରରେ ଲୋନ୍ ଦେବ । ପାର୍ବଣ ଋତୁର ଏହି ଅଫର ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଯେଉଁ କରଜଦାତାଙ୍କ କ୍ରେଡିଟ ସ୍କୋର ଅତିକମରେ ୭୫୦ ରହିଥିବ ସେମାନଙ୍କ ପାଇଁ କମ୍ ଦର ଲାଗୁ ହେବ । ଜୁନ ତ୍ରୈୟମାସରେ ଲୋନ ସଂଖ୍ୟା ୫.୩୬ ଲକ୍ଷ କୋଟି ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.