fbpx

ମାର୍ଚ୍ଚ ତୈମାସିକରେ “ଏସବିଆଇ’ର ଲାଭରେ ୪୧% ବୃଦ୍ଧି ପାଇ ହେଲା ୯,୧୧୪ କୋଟି

ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶୁକ୍ରବାର ୨୦୨୧-୨୨ର ଚତୁର୍ଥ ତୈମାସିକ ଫଳାଫଳ ଘୋଷଣା କରିଛି । ଦେଶର ସବୁଠୁ ବଡ଼ ବ୍ୟାଙ୍କର ଲାଭ ମାର୍ଚ୍ଚ ତୈମାସିକରେ ୪୧% ବୃଦ୍ଧି ପାଇ ୯,୧୧୩.୫ କୋଟିରେ ପହଞ୍ଚିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କୌଣସି ତୈମାସିକରେ ଏହା ସବୁଠୁ ବଡ଼ ଲାଭ ଅଟେ । ଗତବର୍ଷ ଶେଷ ତୈମାସିକରେ ବ୍ୟାଙ୍କ ୬,୪୫୦.୭ କୋଟି ଲାଭ ହାସଲ କରିଥିଲା । ଏହା ସହ ସେୟାର ମାର୍କେଟରେ ଏସବିଆଇର ସେୟାରେ ହ୍ରାସ ଘଟିଛି । ବ୍ୟାଙ୍କର ସେୟାର ହ୍ରାସ ପାଇ ୪୫୦.୩୦ ଟଙ୍କାରେ ପହଞ୍ଚିଛି ।

ତେବେ ଏସବିଆଇ କହିଛି ଯେ, ମାର୍ଚ୍ଚ ତୈମାସିକରେ ବ୍ୟାଙ୍କର ଆୟରେ ସାମାନ୍ୟ ବୃଦ୍ଧି ପାଇ ୮୨,୬୧୩ କୋଟି ହୋଇଛି । ଯାହା ଗତ ଆର୍ଥିକ ବର୍ଷରେ ୮୧,୩୨୭ କୋଟି ଥିଲା । ବ୍ୟାଙ୍କର ନିଟ୍ ଲାଭ ୫୬% ବୃଦ୍ଧି ହୋଇ ୯,୫୪୯ କୋଟିରେ ପହଞ୍ଚିଛି ଯାହା ପୂର୍ବ ଆର୍ଥିକ ଚତୁର୍ଥ ତ୍ରୈମାସିକରେ ୬,୧୨୬ କୋଟି ଟଙ୍କା ଥିଲା।

ଅନ୍ୟପଟେ ବ୍ୟାଙ୍କର ଗୁଣବତ୍ତା ଦୃଷ୍ଟିରୁ ଅଣ-ପ୍ରଦର୍ଶନ ସମ୍ପତ୍ତି(ଏନପିଏ) ମାର୍ଚ୍ଚ ୨୦୨୨ ସୁଦ୍ଧା ୩.୯୭% କୁ ହ୍ରାସ ପାଇଛି । ଗତ ବର୍ଷ ସମାନ ଅବଧିରେ ଏହା ୪.୯୮% ଥିଲା । ସେହିପରି ବ୍ୟାଙ୍କର ଏନପିଏ ଅର୍ଥାତ୍ ପଡ଼ି ରହିଥିବା ଋଣ ୧.୦୨% ରହିଛି, ଯାହା ଗତବର୍ଷ ୧.୫୦% ଥିଲା । ୨୦୨୧-୨୨ ପୂରା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କର ସ୍ୱତନ୍ତ୍ର ଲାଭ ୫୫ ପ୍ରତିଶତ ବୃଦ୍ଧି ପାଇ ୩୧,୬୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷରେ ୨୦,୪୧୦ କୋଟି ଥିଲା ।

 

 

 

Get real time updates directly on you device, subscribe now.