fbpx

SBI ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା: ଏଣିକି ଫଣ୍ଡ ଟ୍ରାନ୍ସଫର ପାଇଁ ଅତିରିକ୍ତ ଅର୍ଥ ଲାଗିବନି

ନୂଆଦିଲ୍ଲୀ: ଦେଶର ସର୍ବୃହତ ଋଣପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ମୋବାଇଲରେ ଫଣ୍ଡ ଟ୍ରାନ୍ସଫର ପାଇଁ ଗ୍ରାହକଙ୍କୁ କୌଣସି ଏସଏମଏସ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ଏସବିଆଇ ଗ୍ରାହକ ତେବେ ଏହି ଖବରଟି ଆପଣଙ୍କୁ ବହୁତ ବେନିଫିଟ୍ ପ୍ରଦାନ କରିବ । ଏବେ ଆପଣ ବିନା କୌଣସି ଅର୍ଥ ଖର୍ଚ୍ଚ କରି ଅର୍ଥ ନେଣଦେଣ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଏସବିଆଇ ତରଫରୁ ଟ୍ୱିଟ୍ କରାଯାଇଛି, ମୋବାଇଲ ଫଣ୍ଡ ଟ୍ରାନ୍ସଫର ଉପରେ ଏବେ ଏସଏମଏସ ଶୁଳ୍କ ମାଫ କରାଗଲା । ଗ୍ରାହକମାନେ ଏଣିକି ବିନା ଅତିରିକ୍ତ ଶୁଳ୍କରେ ସହଜରେ ନେଣଦେଣ କରିପାରିବେ । ଗ୍ରାହକମାନେ ଏବେ ବିନା କୌଣସି ସମସ୍ୟାରେ ଏହି ସେବାର ଲାଭ ଉଠାଇ ପାରିବେ । ଅର୍ଥ ପଠାଇବା, ରିକ୍ୱେଷ୍ଟ ମନି, ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ୟୁପିଆଇ ପିନ ବଦଳାଇବା ଆଦି ସେବା ଏଥିରେ ସାମିଲ ରହିଛି ।

ଅନଷ୍ଟ୍ରକଚରଡ ସପ୍ଲିମେଣ୍ଟାରୀ ସର୍ଭିସ ଡାଟା (ୟୁଏସଏସଡି)ର ଉପଯୋଗ କରାଯାଇ ଅର୍ଥ ପଠାଇବା ସହ ଆକାଉଣ୍ଟ ବାଲାନ୍ସ ବିଷୟରେ ଜାଣିହୁଏ । ଏଥିପାଇଁ ମୋବାଇଲ ବ୍ୟାଙ୍କିଂର ଉପଯୋଗ କରାଯାଇଥାଏ । ଏହି ସେବା ଫିଚର ଫୋନରେ କାର୍ଯ୍ୟ କରିଥାଏ । ତେବେ ଏହି ନିଷ୍ପତ୍ତି ଫିଚରଫୋନ ଧାରୀଙ୍କୁ ବେନିଫିଟ ପ୍ରଦାନ କରିବ । ଦେଶର ୬୫ ପ୍ରତିଶତରୁ ଅଧିକ ଗ୍ରାହକଙ୍କ ପାଖରେ ଫିଚର ଫୋନ୍ ରହିଛି ।

Get real time updates directly on you device, subscribe now.