SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ଆସନ୍ତାକାଲି ବନ୍ଦ ରହିବ ଏସବିଆଇ ୟୁପିଆଇ ସେବା, ଜାଣନ୍ତୁ ବିକଳ୍ପ
SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍: ସେପ୍ଟେମ୍ବର ୪ରେ ୪୫ ମିନିଟ୍ ବନ୍ଦ ରହିବ UPI ସେବା, ଜାଣନ୍ତୁ ବିକଳ୍ପ ଉପାୟ
ଓଡ଼ିଶା ଭାସ୍କର ଡେସ୍କ: ଯଦି ଆପଣ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଗ୍ରାହକ ଏବଂ UPI ଜରିଆରେ ଟ୍ରାଞ୍ଜାକ୍ସନ୍ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କର ରକ୍ଷାବେକ୍ଷଣ କାର୍ଯ୍ୟ ଯୋଗୁଁ ୟୁପିଆଇ ସେବା କିଛି ସମୟ ପାଇଁ ବନ୍ଦ ରହିବ।
କେବେ ବନ୍ଦ ରହିବ SBI UPI ସେବା: SBI ର ସୂଚନା ଅନୁଯାୟୀ, ମେଣ୍ଟେନେନ୍ସ କାର୍ଯ୍ୟ ଯୋଗୁଁ ସେପ୍ଟେମ୍ବର ୪ ତାରିଖ ରାତି ୧୨:୧୫ ମିନିଟ୍ରୁ ୦୧:୦୦ ପର୍ଯ୍ୟନ୍ତ (୪୫ ମିନିଟ୍) ୟୁପିଆଇ ସେବା ଅସ୍ଥାୟୀ ଭାବେ ଅନୁପଲବ୍ଧ ରହିବ। ଏହି ସମୟ ମଧ୍ୟରେ ଗ୍ରାହକମାନେ Google Pay, PhonePe, Paytm କିମ୍ବା BHIM ଆପ୍ ଜରିଆରେ SBI ଆକାଉଣ୍ଟରୁ ୟୁପିଆଇ ପେମେଣ୍ଟ କରିପାରିବେ ନାହିଁ।
ସେବା ବନ୍ଦ ଥିବା ସମୟରେ କିପରି କରିବେ ପେମେଣ୍ଟ: ଏହି ୪୫ ମିନିଟ୍ ସମୟ ମଧ୍ୟରେ ବିନା କୌଣସି ପ୍ରତିବନ୍ଧକରେ ପେମେଣ୍ଟ ଜାରି ରଖିବା ପାଇଁ ବ୍ୟାଙ୍କ UPI Lite ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
UPI Lite ଜରିଆରେ ଆପଣ ବିନା ୟୁପିଆଇ ପିନ୍ ପକାଇ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଟ୍ରାଞ୍ଜାକ୍ସନ୍ କରିପାରିବେ।
ଏହି ୱାଲେଟ୍ରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିହେବ ଏବଂ ମେଣ୍ଟେନାନ୍ସ ସମୟରେ ମଧ୍ୟ ଏହା ସହ କାମ କରିଥାଏ।
SBI UPI ଟ୍ରାଞ୍ଜାକ୍ସନ୍ ଲିମିଟ୍:
- ଦୈନନ୍ଦିନ P2P (Person-to-Person) ଟ୍ରାଞ୍ଜାକ୍ସନ୍ ସୀମା: ସର୍ବାଧିକ ୨୦ଟି ଟ୍ରାଞ୍ଜାକ୍ସନ୍ ପ୍ରତିଦିନ।
- ଦୈନନ୍ଦିନ ମୋଟ ୟୁପିଆଇ ଭାଲ୍ୟୁ ଲିମିଟ୍: ୧,୦୦,୦୦୦ ଟଙ୍କା ପ୍ରତିଦିନ।
- ଇନସ୍ୟୁରାନ୍ସ ଏବଂ କ୍ୟାପିଟାଲ୍ ମାର୍କେଟ୍ ପାଇଁ: ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼।
- ଟ୍ୟକ୍ସ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଏବଂ IPO ପାଇଁ: ୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼।


