fbpx

ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟର ଝଟକା; ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ସବୁ ଆବେଦନ ଖାରଜ

ନୂଆଦିଲ୍ଳୀ: ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ ମୋହନଙ୍କୁ ଗୁରୁବାର ସୁପ୍ରିମକୋର୍ଟଙ୍କ ଝଟକା ଦେଇଛି । ଦିଲ୍ଲୀ ବିଧାନସଭାର ଶାନ୍ତି କମିଟି ଦ୍ୱାରା ପଠାଯାଇଥିବା ସମନ ବିରୁଦ୍ଧରେ ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ ମୋହନ ଏବଂ ଅନ୍ୟମାନଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ତେବେ ଦିଲ୍ଲୀ ଦଙ୍ଗା ପାଇଁ ଦିଆଯାଇଥିବା ସମନ ବିରୋଧରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କମିଟିକୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ ବିଧାନସଭାର ଶାନ୍ତି କମିଟିର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଇନ ଶୃଙ୍ଖଳା ପରି ଅନେକ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଖରେ ଦୁନିଆଯାକର ଲୋକଙ୍କୁ ପ୍ରଭାବିତ କରିବାର ଶକ୍ତି ରହିଛି । ଅନେକ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପାଖରେ ବିଷୟବସ୍ତୁର ସତ୍ୟତା ଜାଣିବାର ମାଧ୍ୟମ ନାହିଁ । ଏଭଳି ପରିସ୍ଥିତିରେ ଫେସବୁକ୍ ରେ କରାଯାଉଥିବା ପୋଷ୍ଟ ସବୁପ୍ରକାରର ଜାତି ଏବଂ ସମାଜ ମଧ୍ୟରେ ବିଭାଜନ କରିବାର କାମ କରିପାରିବ । ତେଣୁ ଏହାର ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.