fbpx

UG ଓ PG ଛାତ୍ରଛାତ୍ରୀଙ୍କୁ ମିଳିବ ହଜାର ହଜାର ଟଙ୍କାର ମେଧାବୃତ୍ତି, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ବିଭିନ୍ନ ମେଧାବୃତ୍ତି ଓ ଫକିରମୋହନ ଭାଷାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୫ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଅଭିଭାବକଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍ ହୋଇଥିବ, ସେମାନଙ୍କର ସନ୍ତାନମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ । ଯୁକ୍ତ ୩ର ୬ ହଜାର ପିଲାଙ୍କୁ ୩ ବର୍ଷ ଲାଗି ୧୫ ହଜାର, ୨୫ ଶହ ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ଲାଗି ୨୦ ହଜାର ଓ ବୈଷୟିକ ଶିକ୍ଷାରେ ଅଧ୍ୟୟନ କରୁଥିବା ୬ ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ପ୍ରଦାନ କରାଯିବ । ଓଡ଼ିଆ ସମ୍ମାନ (ଅନର୍ସ) ରଖିଥିବା ୧୨ ଶହ ସ୍ନାତକଧାରୀ ଓ ୩ ଶହ ପିଜି ପିଲାଙ୍କୁ ଫକିରମୋହନ ଭାଷାବୃତ୍ତି ୨୦ ହଜାର ଟଙ୍କା ଦିଆଯିବ । ତେବେ ମୋଟ ୧୬ ହଜାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.