fbpx

ଆଜିଠାରୁ ଖୋଲିବ ସ୍କୁଲ: ଜାଣନ୍ତୁ କଣ ରହିଛି ଗାଇଡଲାଇନ୍

ନୂଆଦିଲ୍ଲୀ, ୧୮ା୧: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ । ଏନେଇ ନବମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁମତି ପ୍ରଦାନ କରିଛନ୍ତି । ତେବେ ସ୍କୁଲ ଖୋଲିବା ନେଇ କୋଭିଡ କଟକଣାକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅଭିଭାବକଙ୍କ ଲିଖିତ ଅନୁମତି ପତ୍ର ଆଣିବାକୁ କୁହାଯାଇଛି ।

ସ୍କୁଲରେ ପ୍ରବେଶ ବେଳେ ସ୍କ୍ରିନିଂ ଟେଷ୍ଟ କରାଯିବା ସହ ବିନା ଅନୁମତି ପତ୍ରରେ ପ୍ରବେଶ ନିଷେଧ କରାଯାଇଛି । ସ୍କୁଲ ପରିସରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କ୍ଲାସ ରୁମକୁ ସାନିଟାଇଜ କରାଯାଇଛି । ପଜିଟିଭି ଥିବା ଛାତ୍ର, ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍କୁଲରେ ପ୍ରବେଶ ନିମନ୍ତେ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ଆଜିଠାରୁ ରାଜସ୍ଥାନରେ ସ୍କୁଲ ଖୋଲୁଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ସରକାରଙ୍କ ତରଫରୁ ନୋଟିସ ଜାରି କରାଯାଇଛି । ସରକାରଙ୍କ ତରଫରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ଅବସରରେ ଏକ ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.