fbpx

୧୫ ଦିନ ପାଇଁ ପୁଣି ବନ୍ଦ ହେବ ସ୍କୁଲ

ନୂଆଦିଲ୍ଲୀ: ସ୍କୁଲ ଖୋଲିବାରୁ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆସନ୍ତା ୧୫ ଦିନ ପାଇଁ ସମସ୍ତ ସ୍କୁଲ ଓ ହଷ୍ଟେଲଗୁଡିକ ବନ୍ଦ କରିବାକୁ ୟୁନିଅନ ଟେରିଟୋରୀ ଅଫ୍ ଲଦାଖ ଏକ ନିର୍ଦ୍ଦେଶ ଜାରି କରିଛି । ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨ ଅକ୍ଟୋବରରେ ପରିସ୍ଥିତିକୁ ଯାଞ୍ଚ କରିବା ପରେ ପୁୂଣି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ଏହା ବ୍ୟତୀତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଯେଉଁ ଛାତ୍ରମାନେ ହଷ୍ଟେଲ ଛାଡି ନିଜ ନିଜ ଘରକୁ ଯାଉଛନ୍ତି, ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବା ସହିତ ସେମାନଙ୍କୁ ପରିବାର ସହିତ ୭ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି । ଟେଷ୍ଟ ରିପୋର୍ଟ ଯାହା ହେଲେ ବି ଏହି ନିୟମ ପାଳନ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.