fbpx

ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହି ୧୨ଟି ଜିଲ୍ଲା ଯଥା- ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନୁପର ଓ ବରଗଡ଼ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି ।

ତେବେ ୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି । ସେପ୍ଟେମ୍ବରରେ ୮୭ ବର୍ଷାର ରେକର୍ଡ ଭାଙ୍ଗିଛି ବର୍ଷା । ୧୯୩୪ ସେପ୍ଟେମ୍ବର ୨୦ରେ ୨୧୦.୮ ମିମି ବର୍ଷା ହୋଇଥିଲା । ଆଜି ମଧ୍ୟ ଲଗାଣ ବର୍ଷା ଲାଗି ରହିବ । ଏହାର ଆକଳନ କରାଯିବ ସହ ସ୍କୁଲଗୁଡିକୁ ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ସ୍କୁଲରେ ଉପସ୍ଥାନ କମ୍ ରହୁଥିଲେ ବି ନବମ ଓ ଦଶମ ପାଠପଢା ଚାଲିଛି । ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.