ସରକାରଙ୍କ ବଡ଼ ନିଷ୍ପତ୍ତି! ଖୋଲିବନି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ୍, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ

ବନ୍ଦ ହୋଇଯିବ ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ୍ ।

ଭୁବନେଶ୍ୱର: ରାଜ୍ୟରେ ଖୋଲିବନି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ ନିବେଦନ ଆସିବା ପରେ ବିଚାର କରି ଖୋଲାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।