fbpx

Maia, the Greek goddess of motherhood: ଏହି ପ୍ରୋଟିନ କରିବ Infertility ଉପଚାର, ବୈଜ୍ଞାନିକଙ୍କୁ ମିଳିଲା ଏକ ନୂଆ ସଫଳତା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏକ ବିରଳ ପ୍ରୋଟିନର ସନ୍ଧାନ ପାଇଛନ୍ତି । ଏହା ଶୁକ୍ରାଣୁ-ଅଣ୍ଡାରେ ସଂଘଟିତ ହେଉଥିବା ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇନଫର୍ଟିଲିଟି ବା ବନ୍ଧ୍ୟାଦୋଷର ମେଡିସିନ ଓ ଉପଚାର କ୍ଷେତ୍ରର ଏହା ସହାୟତା ପ୍ରଦାନ କରିଥାଏ । ଏହି ନୂଆ ଆବିଷ୍କାର ଗର୍ଭ ନିରୋଧକ ବିକାଶର ମାର୍ଗକୁ ପ୍ରଶସ୍ତ କରିବାରେ ସହାୟକ ହେବ ।

ତେବେ ବୈଜ୍ଞାନିକମାନେ ସନ୍ଧାନ କରିଥିବା ଏହି ପ୍ରୋଟିନର ନାମ ରଖାଯାଇଛି ‘ମୈୟା, ଦି ଗ୍ରୀକ୍ ଗଡେସ ଅଫ୍ ମଦରହୁଡ’ । ଏହି ପ୍ରୋଟିନ ସହାୟତାରେ ମଣିଷର ବନ୍ଧ୍ୟାଦୋଷରେ ସୁଧାର ଅଣାଯାଇ ପାରିବ ବୋଲି ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି । ଏହି ପ୍ରୋଟିନ କେବଳ ମଣିଷଙ୍କଠାରେ ଦେଖାଯାଇଥାଏ । ଏହି ରିସର୍ଚ୍ଚ ପାଇଁ ମାନବ ଅଣ୍ଡା ଓ ଶୁକ୍ରାଣୁକୁ ଉପଯୋଗ କରିବା ପାଇଁ ନୈତିକସ ମିତିର ଅନୁମୋଦନରେ ଦୁଇ ବର୍ଷ ସମୟ ଲାଗିଥିଲା ।

ତେବେ ଏହି ପ୍ରୋଟିନ ବନ୍ଧ୍ୟାପଣର ଉପଚାର କରିବା ଟେକନିକରେ ସୁଧାର ଆଣିବା ସଙ୍ଗେସଙ୍ଗେ ଭବିଷ୍ୟତରେ ଗର୍ଭନିରୋଧକ ବିକାଶ ଦିଗରେ ସହାୟକ ହେବ । ଫର୍ଟିଲାଇଜେସନ ମଣିଷ ଜୀବନ ପାଇଁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ହୋଇଥିବା ବେଳେ ଆଜି ବି ଅଧିକାଂଶ ଲୋକ ଏନେଇ ଅଜ୍ଞ ରହିଛନ୍ତି । ବୈଜ୍ଞାନିକଙ୍କ ଏହି ନୂଆ ତଥ୍ୟ ଶାରୀରିକ ପ୍ରକ୍ରିୟାକୁ ବୁଝିବା କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.