fbpx

ପୃଥିବୀ ବାହାରେ ରହିଛି ଜୀବନ! ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି ନାହିଁ ? ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇଆସିଛି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକ ଏବେ ଏକ ରେଡିଓ ସିଗ୍ନାଲ ପାଇଛନ୍ତି, ଯାହା ଆଧାରରେ ଏହି ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହରେ ଜୀବସତ୍ତା ଅଛି ବୋଲି ଦାବି କରାଯାଉଛି।

ପ୍ରକୃତରେ, ପ୍ରଥମ ଥର ପାଇଁ ମହାକାଶ ବୈଜ୍ଞାନିକମାନେ ରେଡିଓ ସିଗନାଲ୍ ପଠାଉଥିବା ତାରାଗୁଡ଼ିକୁ ଚିହ୍ନଟ କରିଛନ୍ତି  । ସେମାନଙ୍କଠାରୁ ଆସୁଥିବା ଏହି ରେଡିଓ ସିଗନାଲ୍ ଦର୍ଶାଏ ଯେ ସେମାନଙ୍କ ଚାରିପାଖରେ ଲୁକ୍କାୟିତ ଗ୍ରହ ଅଛି  । ବୈଜ୍ଞାନିକମାନେ ଏହି ସଙ୍କେତଗୁଡ଼ିକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରେଡିଓ ଆଣ୍ଟେନା ମାଧ୍ୟମରେ ଧରିଛନ୍ତି  । ଏହି ଲୋ-ଫ୍ରିକ୍ୱେନ୍ସି ଆଣ୍ଟେନା (ଲୋ-ଫ୍ରିକ୍ୱେନ୍ସି ଆରେ) ନେଦରଲ୍ୟାଣ୍ଡରେ ସ୍ଥାପିତ ହୋଇଛି  ।

ଏହି ପରିପ୍ରେକ୍ଷୀରେ କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଡ.ବେଞ୍ଜାମିନ୍ ପୋପ୍ ଏବଂ ଟିମ୍ କହିଛନ୍ତି ଯେ ଲୁଚି ରହିଥିବା ଗ୍ରହ ଖୋଜିବାର ଏହି ନୂତନ କୌଶଳ ସହିତ ବ୍ରହ୍ମାଣ୍ଡର ଅନ୍ୟ ସ୍ଥାନରେ ଜୀବନର ସମ୍ଭାବନା ଥିବା ନେଇ ଆଶା ଅଧିକ ଦୃଢ଼ୀଭୂତ ହେଉଛି । ବୈଜ୍ଞାନିକମାନେ କହିଛନ୍ତି ଆମର ସୌର ମଣ୍ଡଳ ବାହାରେ ଥିବା ଗ୍ରହରୁ ବାହାରୁଥିବା ରେଡିଓ ତରଙ୍ଗ ଏପର୍ଯ୍ୟନ୍ତ ମିଳିନଥିଲା । ଏହାପୂର୍ବରୁ ମହାକାଶ ବୈଜ୍ଞାନିକମାନେ କେବଳ ଆମ ସୌର ମଣ୍ଡଳର ନିକଟତମ ତାରାଗୁଡ଼ିକ ବିଷୟରେ ଆବିଷ୍କାର କରିବାରେ ସକ୍ଷମ ହୋଇଥିଲେ ।

ରିପୋର୍ଟ ଅନୁଯାୟୀ, ମହାକାଶ ବୈଜ୍ଞାନିକମାନେ ୧୯ ଟି ହାଲୁକା ସିଗ୍ନାଲ ପାଇଛନ୍ତି । ଯେଉଁଥିରୁ ୪ଟି ସିଗ୍ନାଲରୁ ସ୍ପଷ୍ଟ ଭାବରେ ଜଣାପଡ଼ିଛି ଯେ ସେହି ତାରାମାନଙ୍କ ଚାରିପାଖରେ ଗ୍ରହ ଅଛି । ‘ନେଚର ଆଷ୍ଟ୍ରେନୋମୀ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ବୈଜ୍ଞାନିକମାନେ ନିଶ୍ଚିତ ଯେ ଏହି ତରଙ୍ଗ ଆମ ସୌର ମଣ୍ଡଳରୁ ଆସୁନାହିଁ ।

Get real time updates directly on you device, subscribe now.