fbpx

କାହାର ସଂଖ୍ୟା ଅଧିକ ମଣିଷ ନା ପିମ୍ପୁଡ଼ି: ବୈଜ୍ଞାନିକମାନେ ଗଣନା କଲେ ପୃଥିବୀ ବକ୍ଷର ମୋଟ ପିମ୍ପୁଡ଼ି ସଂଖ୍ୟା: ଜାଣନ୍ତୁ କେମିତି କରାଗଲା ଗଣନା

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ପାଖାପାଖି ୮ ଶହ କୋଟି ମଣିଷ ବସବାସ କରୁଛନ୍ତି । ତେବେ ଆପଣ ଜାଣନ୍ତି କି ପିମ୍ପୁଡ଼ିମାନଙ୍କର ମୋଟ ସଂଖ୍ୟା କେତେ? ଏନେଇ ଆପଣମାନେ କେବେ ଭାବିଛନ୍ତି କି? ତେବେ ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, ବୈଜ୍ଞାନିକମାନେ ଶେଷରେ ପିମ୍ପୁଡ଼ିମାନଙ୍କର ସଂଖ୍ୟା ଗଣିବାରେ ସକ୍ଷମ ହୋଇଛନ୍ତି । ଏହି ସଂଖ୍ୟା ଏତେ ଅଧିକ ଯେ ଏହାକୁ ଗଣିବା ଏକ ମୁସ୍କିଲ କାମ । ପିମ୍ପୁଡ଼ିଙ୍କର ସଂଖ୍ୟା ମଣିଷଙ୍କ ଜନସଂଖ୍ୟାଠାରୁ ହଜାର ହଜାର ଗୁଣରେ ଅଧିକ ।

ପୃଥିବୀପୃଷ୍ଠରେ ବସବାସ କରୁଥିବା ବିଭିନ୍ନ ପଶୁପକ୍ଷୀ, ସରୀସୃପଙ୍କ ମଧ୍ୟରୁ ପିମ୍ପୁଡ଼ି ହେଉଛି ଗୋଟିଏ କ୍ଷୁଦ୍ର ପ୍ରାଣୀ । ତେବେ କେହି ପିମ୍ପୁଡ଼ିଙ୍କ ସଂଖ୍ୟା ବିଷୟରେ କିଛି ଭାବୁ ବା ନା ଭାବୁ ବୈଜ୍ଞାନିକମାନେ କିନ୍ତୁ ସେମାନଙ୍କର ସଂଖ୍ୟା ଆକଳନ କରିବାରେ ସକ୍ଷମ ହୋଇଛନ୍ତି । ଏହି ସଂଖ୍ୟା ବିଷୟରେ ଜାଣିଲେ ଜଣଙ୍କର ମୁଣ୍ଡ ଚକ୍କର ଖାଇଯିବ । ଏହି ସଂଖ୍ୟା ମଣିଷ ଓ ଅନ୍ୟ କୌଣସି ପଶୁଙ୍କ ତୁଳନାରେ ଅନେକ ହଜାର ଗୁଣ ଅଧିକ ଅଟେ ।

ପିମ୍ପୁଡ଼ିର ମୋଟ ସଂଖ୍ୟା ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ଷ୍ଟଡି କରିଥିଲେ । ରିସର୍ଚ୍ଚ ମୁତାବକ ସାରା ଦୁନିଆରେ ପାଖାପାଖି ୨୦୦ କୋଟି ପିମ୍ପୁଡ଼ି ବସବାସ କରୁଛନ୍ତି । ଏହି ସମସ୍ତ ପିମ୍ପୁଡ଼ି ମିଳିମିଶି ୧.୨୦ କୋଟି ଟନ ଡ୍ରାଇ କାର୍ବନ ନିର୍ମାଣ କରିଥାନ୍ତି । ଏତେ ମାତ୍ରାରେ କାର୍ବନ ଧରିତ୍ରୀ ବକ୍ଷରେ ଅନ୍ୟ କୌଣସି ପଶୁ କି ପକ୍ଷୀ ମିଶି ବନାଇବାରେ ସକ୍ଷମ ହୋଇନଥାନ୍ତି । ଏହି ଡ୍ରାଇ କାର୍ବନର ଓଜନ ପୃଥିବୀରେ ବାସ କରୁଥିବା ମଣିଷଙ୍କର ଓଜନର ଏକପଞ୍ଚାମାଂଶ ଅଟେ ।

ବହୁ ବର୍ଷ ପୂର୍ବରୁ ଜଣେ ବାୟୋଲୋଜିଷ୍ଟ କହିଥିଲେ, ଏକ କ୍ଷୁଦ୍ର ଜୀବ ସାରା ଦୁନିଆକୁ ସଞ୍ଚାଳିତ କରୁଛି । ତେବେ ତାଙ୍କର କହିବା ବୋଧହୁଏ ସତ । ଆମ ପ୍ରକୃତି ପାଇଁ ପିମ୍ପୁଡ଼ିର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏହା ମାଟିରେ ବାୟୁର ସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମଞ୍ଜିକୁ ଗୋଟିଏ ସ୍ଥାନକୁ ଅନ୍ୟ ନେବାରେ ସହାୟତା କରିଥାଏ । ପିମ୍ପୁଡ଼ି ଅନେକ ବଡ଼ ବଡ଼ ପଦାର୍ଥକୁ ନଷ୍ଟ କରିବା ସହ ଜୀବଙ୍କ ପାଇଁ ରହିବା ଯୋଗ୍ୟ ସ୍ଥାନ ନିର୍ମାଣ କରିଥାଏ । ଏଥିସହିତ ଫୁଡ୍ ଚେନରେ ପିମ୍ପୁଡ଼ିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଧରିତ୍ରୀ ବକ୍ଷରେ ୧୫,୭୦୦ ପ୍ରଜାତି ଓ ଉପଜାତିର ପିମ୍ପୁଡ଼ି ରହିଥିବା ଜଣାପଡ଼ିଛି । ବୈଜ୍ଞାନିକମାନେ ସ୍ପେନିଶ, ଫ୍ରେଞ୍ଚ, ଜର୍ମାନ, ରୁଷୀୟ, ମାଣ୍ଡାରିନ ଓ ପର୍ତ୍ତୁଗାଲୀ ଭାଷାର ଅନେକ ଡକ୍ୟୁମେଣ୍ଟ ଅଧ୍ୟୟନ କରିଥିଲେ । ଏପରି ଭାବେ ମୋଟ ୪୯୮ଟି ଗବେଷଣାକୁ ଅଧ୍ୟୟନ କରି ବୈଜ୍ଞାନିକମାନେ ପିମ୍ପୁଡ଼ିମାନଙ୍କର ଗଣନା କରିଥିଲେ ।

Get real time updates directly on you device, subscribe now.