fbpx

ମହାକାଶଚାରୀଙ୍କ ରକ୍ତ, ଝାଳ ଓ ଲୁହରୁ ତିଆରି ହେବ କଂକ୍ରିଟ, ମଙ୍ଗଳ ଗ୍ରହରେ ବୈଜ୍ଞାନିକମାନେ ସ୍ଥାପନ କରିବେ ମାନବ କଲୋନୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ପ୍ରଗତି ପଥରେ ଆଗେଇ ଚାଲିଛି । ୟୁନିଭରସିଟି ଅଫ୍ ମାଞ୍ଚେଷ୍ଟରର ବୈଜ୍ଞାନିକମାନେ ଏନେଇ ଏକ ନୂଆ ସଫଳତା ହାସଲ କରିଛନ୍ତି । ସେମାନେ ମହାକାଶଚାରୀଙ୍କର ରକ୍ତ, ଝାଳ ଓ ଲୁହରୁ କଂକ୍ରିଟ ପ୍ରସ୍ତୁତ କରି ମଙ୍ଗଳ ଗ୍ରହରେ କଲୋନୀ ନିର୍ମାଣ କରିବେ । ତେବେ ମଙ୍ଗଳ ଗ୍ରହକୁ ନିର୍ମାଣ ସାମଗ୍ରୀ ପଠାଇବା ଅତ୍ୟନ୍ତ ମହଙ୍ଗା ଓ କଷ୍ଟକର କାର୍ଯ୍ୟ ହୋଇଥିବାରୁ ଏହି ନୂଆ ପଦକ୍ଷେପ ଦ୍ୱାରା ତାହାର ସମାଧାନ ହୋଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସାଧାରଣତଃ ମଙ୍ଗଳ ଗ୍ରହରେ କମ୍ ମାତ୍ରାରେ ଜଳ ରହିଥାଏ । ତେଣୁ ଏହି ଗ୍ରହକୁ ଇଟା ପଠାଇବାରେ ମିଲିୟନ ଡଲାରର ଆବଶ୍ୟକତା ହୋଇଥାଏ । ମହାକାଶଚାରୀମାନେ ମଙ୍ଗଳ ଗ୍ରହର ମାଟି ଓ ନିଜର ରକ୍ତକୁ ବ୍ୟବହାର କରି କଂକ୍ରିଟ ତିଆରି କରିପାରିବେ । ବୈଜ୍ଞାନିକମାନେ ମଣିଷର ରକ୍ତ ଓ ସିନ୍ଥେଟିକ ରେଜୋଲିଥକୁ ବ୍ୟବହାର କରି ‘ଏଷ୍ଟ୍ରୋକିଟ’ ନାମକ ଏକ ଠୋସ୍ ପଦାର୍ଥ ପୂର୍ବରୁ ତିଆରି କରିସାରିଛନ୍ତି । ମଣିଷର ରକ୍ତ ଓ ସିନ୍ଥେଟିକ ରେଜୋଲିଥର ମିଶ୍ରଣ ହ୍ୟୁମାନ ସିରମ ଆଲବୁମିନର କାରଣରୁ କାର୍ଯ୍ୟକ୍ରମ ହୋଇଥାଏ । ଏହି ଆଲବୁମିନ ମଣିଷର ରକ୍ତର ପ୍ଲାଜମାରୁ ମିଳୁଥିବା ଏକ ସାମାନ୍ୟ ପ୍ରୋଟିନ୍ ଅଟେ । ଯେତେବେଳେ ପ୍ରୋଟିନ ଡିହାଇଡ୍ରେଟ୍ ହୁଏ, ସେତେବେଳେ ତାହା ଏକ ମଜବୁତ ବଣ୍ଡ ତିଆରି କରିଥାଏ । କେବଳ ରକ୍ତ ଓ ଧୂଳିର ମିଶ୍ରଣ କଂକ୍ରିଟର ବରାବର ହୋଇଥାଏ । ମାତ୍ର ମିଶ୍ରଣରେ ମଣିଷର ୟୁରିଆ ମିଶାଇବା ଫଳରେ ଏହା ଅଧିକ ମଜବୁତ ହୋଇଯାଇଥାଏ । ଏହି ପଦାର୍ଥ ୟୁରିଆ, ଝାଳ, ଲୁହ ଓ ମୁତ୍ରରୁ ତିଆରି ହୋଇଥାଏ । ଏହା ଏଷ୍ଟ୍ରୋକିଟର ଶକ୍ତିକୁ ୩୦୦ ପ୍ରତିଶତ ବୃଦ୍ଧି କରିଦେଇଥାଏ ବୋଲି ରିସର୍ଚ୍ଚରମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.