fbpx

(Video): ଗୋଟିଏ ଧକ୍କାରେ ଭରିଲାନି ମନ, ବାଟରେ ଯାଉଥିବା ବ୍ୟକ୍ତିଙ୍କୁ ବାରମ୍ବାର ଧକ୍କା ଦେଲେ ଯୁବତୀ

ନୂଆଦିଲ୍ଲୀ: ସ୍କୁଟି ବହୁତ ହାଲୁକା ହୋଇଥିବାରୁ ଯୁବତୀମାନେ ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେବେ ସ୍କୁଟି ଚଳାଇବା ସମୟରେ ଅଧିକାଂଶ ଯୁବତୀ ସ୍କୁଟିରୁ ତଳେ ପଡ଼ି ଯାଉଥିବା ଭିଡିଓ ଅନେକ ଥର ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏଭଳି ଏକ ସମାନ ଭିଡିଓ ସାମ୍ନାକୁ ଆସିଛି । ସ୍କୁଟି ଚଳାଉଥିବା ବେଳେ ଜଣେ ଯୁବତୀ ଜଣେ ବ୍ୟକ୍ତିଙ୍କୁ ଥରେ ନୁହେଁ ଦୁଇ ଥର ଧକ୍କା ମାରିଥିବା ଦେଖିବାକୁ ମିଳିଛି । ଝିଅମାନଙ୍କର ସ୍କୁଟି ଚଳାଇବା ସମୟରେ ଅନେକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ମଧ୍ୟ ଆସେ । ଏହି ଭିଡିଓ ଭାଇରାଲ ହେବା ପରେ ସେମାନେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି । ଏହି ଭିଡିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ନିଜ ସ୍କୁଟିରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଥର ଧକ୍କା ଦେଇଛନ୍ତି ।

ତେବେ ଏହି ଭିଡିଓକୁ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ପୁରୁଣା ଭିଡିଓ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ ଯୁବତୀ ଜଣଙ୍କ ସ୍କୁଟି ସହିତ ରାସ୍ତାରେ ଯାଉଥିଲେ ପରେ ଏକ ଛୋଟ ମୋଡ଼ ଆସିଥିଲା ଯେଉଁ ମୋଡ଼ରେ ଜଣେ ବ୍ୟକ୍ତି ଯୁବତୀଙ୍କ ସାମ୍ନାକୁ ଆସି ଯାଇଥିଲେ । ଏହି ଯୁବତୀ ଜଣଙ୍କ ତାଙ୍କ ସ୍କୁଟିରେ ବ୍ୟକ୍ତି ଜଣଙ୍କୁ ଧକ୍କା ଦେଇଥିଲେ । ତେବେ ବ୍ୟକ୍ତି ଜଣଙ୍କ ପ୍ରଥମେ ଯୁବତୀଙ୍କୁ କିଛି କହିନଥିଲେ ଏବଂ ନିଜ ରାସ୍ତାରେ ଚାଲି ଯାଇଥିଲେ । ଯୁବତୀ ଜଣଙ୍କ ମଧ୍ୟ ନିଜ ରାସ୍ତାରେ ଚାଲି ଯାଉଥିବାର ଦେଖାଯାଇଥିଲା । କିନ୍ତୁ ପରେ ଯୁବତୀ ଜଣଙ୍କ ସାମାନ୍ୟ ଆଗକୁ ଯାଇ ବ୍ୟକ୍ତିଙ୍କୁ ପୁଣି ଥରେ ସ୍କୁଟିରେ ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ଏବଂ ପରେ ଉଭୟ ସ୍କୁଟିରେ ବସିଥିବା ଯୁବତୀ ଏବଂ ବ୍ୟକ୍ତି ଜଣଙ୍କ ରାସ୍ତାରେ ପଡ଼ି ଯାଇଥିଲେ । ତେବେ ପ୍ରଥମେ ସ୍କୁଟିରେ ଧକ୍କା ଖାଇବା ପରେ ବ୍ୟକ୍ତି ଜଣଙ୍କ ପଡ଼ିନଥିଲେ । କିନ୍ତୁ ଦ୍ୱତୀୟ ଧକ୍କାରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ପଡ଼ି ଯାଇଥିଲେ । ତେବେ ବ୍ୟକ୍ତି ଜଣଙ୍କ ବୁଝି ପାରୁନଥିଲେ ଯେ ବାରମ୍ବାର ତାଙ୍କ ସହ ଏପରି କାହିଁକି ହେଉଛି ।

ତେବେ ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଥିଲା । ସେହିପରି ଲୋକମାନେ ଏହି ଭିଡିଓକୁ ବହୁମାତ୍ରାରେ ସେୟାର କରୁଛନ୍ତି । ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ପୂର୍ବରୁ ସେୟାର ହୋଇଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଦୁଇ ଥର ଧକ୍କା ମାରିବା ପ୍ରଥମ । ତେବେ ଏହି ଭିଡିଓଟି ବର୍ତ୍ତମାନ ଜୋରସୋରରେ ଭାଇରାଲ ହେଉଛି ।

Get real time updates directly on you device, subscribe now.