fbpx

E-Vehicleରେ ମଧ୍ୟ ଲାଗୁହେବ Scrappage Policy, ଜାଣନ୍ତୁ କେତେ ବର୍ଷ ପାଇଁ ଆପଣ ଏହାକୁ ଚଲାଇ ପାରିବେ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପେଟ୍ରୋଲ-ଡିଜେଲ ଯାନ ଅପେକ୍ଷ ଲୋକମାନେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନ କୁ ବିକଳ୍ପ ଭାବେ ବାଛି ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମେତ ଅଧିକାଂଶ ରାଜ୍ୟ ସରକାର ଇ-ଯାନକୁ ନେଇ ଅନେକ ନୂଆ ଯୋଜନା ଓ ନୀତି ନିର୍ଦ୍ଧାରଣ କରିସାରିଲେଣି । ଇ-ଯାନ କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ରାଶି ସହିତ ଋଣ ସୁବିଧା ମଧ୍ୟ ଦିଆଯାଉଛି । ତେବେ ଆପଣ କ’ଣ ଜାଣିଛନ୍ତି କି ଇ-ଯାନକୁ ଚଲାଇବାର କେତେବର୍ଷ ପରେ ତାହାକୁ ସ୍କ୍ରାପ କରାଯିବ?

ସରକାର ପେଟ୍ରୋଲ ଚାଳିତ ଯାନ ପାଇଁ ୧୫ ବର୍ଷ ଓ ଡିଜେଲ ଚାଳିତ ଯାନ ପାଇଁ ୨୦ ବର୍ଷ ସମୟସୀମା ନିର୍ଦ୍ଧାରଣ କରିଛନ୍ତି । ସରକାରଙ୍କ ସ୍କ୍ରାପେଜ୍ ପଲିସୀ ଅନୁଯାୟୀ, ଏହି ସମୟସୀମା ଅତିକ୍ରାନ୍ତ ହେବା ପରେ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରିଦିଆଯିବ । ବ୍ୟବସାୟିକ ଯାନଗୁଡ଼ିକୁ ୧୫ ବର୍ଷ ଓ ପ୍ରାଇଭେଟ କାରକୁ ୨୦ ବର୍ଷ ପରେ କବାଡ଼ିଖାନାକୁ ପଠାଇ ଦିଆଯିବ । ଦିଲ୍ଲୀର ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, କାଉନସିଲ ଅନ ଏନର୍ଜି, ପରିବେଶ ଓ ଜଳ (ସିସିଇଡବ୍ଲ୍ୟୁ) ପକ୍ଷରୁ କୁହାଯାଇଛି ଯେ, ଇ-ଯାନକୁ ନେଇ ମଧ୍ୟ ସ୍କ୍ରାପେଜ୍ ପଲିସୀ ରହିଛି । ଇ-ଯାନଗୁଡ଼ିକୁ ସ୍କ୍ରାପ କରିବା ପାଇଁ ପ୍ରୋତ୍ସାହନ ପ୍ରକ୍ରିୟା ଅନ୍ୟ ଯାନ ସହିତ ସମାନ ହୋଇଥାଏ । ତେଣୁ ଇ-ଯାନ କିଣିବାକୁ ଇଚ୍ଛୁକ ଥିବା ଲୋକମାନେ ଏନେଇ କୌଣସି ଚିନ୍ତା ନକରି ଏହାକୁ କିଣିପାରିବେ ।

Get real time updates directly on you device, subscribe now.