fbpx

Scrapping Policy ଖୁବଶୀଘ୍ର ଓଡ଼ିଶାରେ ଲାଗୁହେବ: ରାସ୍ତାରୁ ହଟିଯିବ ପୁରୁଣା ଗାଡ଼ି, ପ୍ରକ୍ରିୟା ଆରମ୍ଭ କଲା ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଆଉ ରାସ୍ତାରେ ଦେଖିବାକୁ ମିଳିବନି । ସମସ୍ତ ପୁରୁଣା ଗାଡ଼ି ରାସ୍ତାରୁ ହଟିଯିବ । ଓଡ଼ିଶାରେ ଖୁବଶୀଘ୍ର ଲାଗୁହେବାକୁ ଯାଉଛି ପଞ୍ଜୀକୃତ ପୁରୁଣା ଯାନ ସ୍କ୍ରାପିଂ ନୀତି । କେନ୍ଦ୍ର ସରକାରଙ୍କ ଏହି ପଲିସିକୁ ରାଜ୍ୟ ପରିବହନ ବିଭାଗ ଲାଗୁ କରିବ ।

ତେବେ ସ୍କ୍ରାପିଂ ପଲିସି ଲାଗୁ କରିବାକୁ ପାଇଁ ପରିବହନ ବିଭାଗ ଏକ କମ୍ପାନୀ ସହ ଚୁକ୍ତି କରିବ । ଏହି ନୀତିରେ ଯେଉଁ ବ୍ୟବସ୍ଥା କରାଯାଇଛି, ତଦନୁଯାୟୀ ପୁରୁଣା ଗାଡ଼ି ମାଲିକ ନିଜ ଗାଡ଼ିକୁ ପ୍ରଥମେ ପଞ୍ଜିକରଣ କରିବା ପରେ ସ୍କ୍ରାପିଂ ସେଣ୍ଟର ଯାଇ ଗାଡ଼ି ଦେବେ । ଏହାପରେ ସରକାର ତାଙ୍କଠାରୁ ପୁରୁଣା ଗାଡ଼ି ନେବେ । ଏହା ପ୍ରତିବଦଳରେ ଗାଡ଼ି ମାଲିକଙ୍କୁ କିଛି ମୂଲ୍ୟ ପ୍ରଦାନ କରାଯିବ ।

ନୂଆ ଯାନଗୁଡ଼ିକର ବର୍ତ୍ତମାନର ମୂଲ୍ୟ ଯାହା ରହିଛି, ତା’ର ୪ରୁ ୬ ପ୍ରତିଶତ ମୂଲ୍ୟ ପୁରୁଣା ଗାଡ଼ି ବାବଦକୁ ମାଲିକଙ୍କୁ ପ୍ରଦାନ କରାଯିବ । ଏଥିସହିତ ମାଲି ଗାଡ଼ିକଙ୍କୁ ନୂଆ ଗାଡ଼ି କିଣିବା ସମୟରେ ମୋଟରଯାନ ଟିକସରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବାର ବ୍ୟବସ୍ଥା କରାଯିବ । ସ୍କ୍ରାପିଂ ସାର୍ଟିଫିକେଟ ଦେଖାଇଲେ ନୂଆ ଗାଡ଼ି କିଣିଲା ବେଳେ ୫ ପ୍ରତିଶତ ରିହାତି ଦେବାକୁ କମ୍ପାନୀଙ୍କୁ କୁହାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ବୈଠକ ବସି ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.