fbpx

ଆଜି ପୁରୀ ସେବାୟତଙ୍କର ହେବ କରୋନା ଟେଷ୍ଟ୍‌, କୋଭିଡ୍ ନେଗେଟିଭ୍‌ ରିପୋର୍ଟ ଦେଖାଇ ସ୍ନାନଯାତ୍ରା ସାମିଲ ହେବେ ସେବାୟତ

ପୁରୀ (ଓଡ଼ିଶା ଭାସ୍କର): ଆସନ୍ତା ୨୪ରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ  କୋଭିଡ୍‌ କଟକଣା ମଧ୍ୟରେ ସ୍ନାନଯାତ୍ରା ପାଳନ ହେଉଛି । ତେଣୁ ଦେବସ୍ନାନ ପୂର୍ଣ୍ଣିମାରେ ଭାଗ ନେଉଥିବା ସେବାୟତ, କର୍ମଚାରୀଙ୍କ କୋଭିଡ୍‌ ସ୍ୱାବ୍‌ ଟେଷ୍ଟ ଆଜୀ ଆରମ୍ଭ ହେଉଛି ।

ସରକାର ଆଦେଶ ଦେଇଛନ୍ତି ସ୍ନାନଯାତ୍ରାରେ ଭାଗ ନେଉଥିବା ସେବାୟତ, କର୍ମଚାରୀମାନେ ୪୮ ଘଣ୍ଟା ପୂର୍ବରୁ ସ୍ୱାବ ଟେଷ୍ଟ କରିବେ । କେବଳ ନେଗେଟିଭ୍‌ ରିପୋର୍ଟ ମିଳିବା ସେବାୟତମାନେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭାଗ ନେଇ ପାରିବେ । ତେଣୁ ବଡ଼ଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପରିସରରେ ଏଥିପାଇଁ ସ୍ୱାବ୍‌ ଟେଷ୍ଟ ସେଣ୍ଟର କାର୍ଯ୍ୟ କରିବ ।

ଜୁନ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟିଂ କେନ୍ଦ୍ରରେ ସ୍ୱାବ୍‌ ଟେଷ୍ଟ କରାଯିବ । ସକାଳ ନଅଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ତିନିଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସ୍ନାନଯାତ୍ରାରେ ଯୋଡି ହେବାକୁ ଚାହୁଁଥିବା ସେବାୟତ, କର୍ମଚାରୀମାନେ ନିଜ ନିଜର ସ୍ୱାବ୍‌ ଟେଷ୍ଟ କରି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

Get real time updates directly on you device, subscribe now.