fbpx

ହାଇଦ୍ରାବାଦରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ସ୍ଫୁଟନିକ୍-ଭି ଟିକା

ହାଇଦ୍ରାବାଦ୍, ୧୬/୦୫(ଓଡିଶା ଭାସ୍କର) : ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ବିଦେଶୀ ଟିକା ଗୁଡିକୁ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରୁଷୀୟ ଟିକା ସ୍ଫୁଟନିକ୍-ଭି କୁ ମଧ୍ୟ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି । ତେବେ ଏହି ଟିକାର ମୁଲ୍ୟ ଧାର୍ଯ୍ୟ ହେବା ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରୁଷ୍ ରୁ ଆସିଥିବା ସ୍ଫୁଟନିକ୍-ଭି ଟିକା ଆଜି ସକାଳେ ହାଇଦ୍ରାବାଦ୍ ରେ ପହଞ୍ଚିଛି । ଏନେଇ ଭାରତସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ସୁଚନା ଦେଇଛନ୍ତି । ଭାରତରେ ବର୍ତ୍ତମାନ ଟିକାର ଅଭାବ ଦେଇଥିବା ବେଳେ ଏହି ଟିକା ଆସି ପହଞ୍ଚିଛି । ଯାହା ଦ୍ୱାରା ପ୍ରତ୍ୟେକ ଲୋକଙ୍କୁ ଟିକା ଦିଆଯାଇପାରିବ । କରୋନାର ଦ୍ୱିତୀୟ ଲହର ଭୟାନକ ହେଉଥିବାରୁ ଏବେ ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି ।

ଏହି ରୁଷୀୟ ନାଗରିକ ମାନଙ୍କୁ ଦିଆଯାଇଥିବା ବେଳେ ସେଠାରେ କୋଭିଡ୍ ବିପକ୍ଷରେ ବେଶ୍ ଫଳପ୍ରଦ ବୋଲି ସାବ୍ୟସ୍ତ ହୋଇଛି । ଏ ସମ୍ପର୍କରେ ରୁଷୀୟ ବୈଜ୍ଞାନିକ ମାନେ ଅନୁଧ୍ୟାନ କରି କହିଛନ୍ତି । ତେବେ ଏହି ଦ୍ୱିତୀୟ ଟିକା ଭାରତରେ ପହଞ୍ଚିବା ସମ୍ପର୍କରେ ରାଷ୍ଟ୍ରଦୂତ ଟୁଇଟ୍ କରି କହିଛନ୍ତି ଯେ, ସ୍ଫୁଟନିକ୍-ଭିର ଦ୍ୱିତୀୟ ପର୍ଯ୍ୟାୟ ଟିକା ଭାରତରେ ପହଞ୍ଚିଛି । କୋଭିଡ୍ ବିପକ୍ଷରେ ରୁଷ ଓ ଭାରତର ମିଳିତ ଲଢ଼େଇ ଦେଖି ଆମେ ବେଶ୍ ଆନନ୍ଦିତ ।

କେନ୍ଦ୍ର ସରକାରଙ୍କ ଆଶା ପ୍ରକାଶ କରିଛନ୍ତି ଯେ, ଭାରତରେ ଏହାର ବାର୍ଷିକ ଉତ୍ପାଦନ ୮୫୦ ନିୟୁତ ପର୍ଯ୍ୟନ୍ତ ହେବ । ଖାଲି ସେତିକି ନୁହେଁ ଭାରତରେ ଏକ ଡୋଜ୍ବିଶିଷ୍ଟ ଟିକା ‘ସ୍ପୁଟ୍ନିକ୍ ଲାଇଟ୍’ ପ୍ରଚଳନ କରାଇବାର ଯୋଜନା ମଧ୍ୟ ରହିଛି । ସୁଚନାଯୋଗ୍ୟ, ମେ ୧ରେ ସ୍ଫୁଟନିକ୍-ଭିର ପ୍ରଥମ ପର୍ଯ୍ୟାୟ ଟିକା ଭାରତରେ ପହଞ୍ଚିଥିଲା । ଏହାପରେ ମେ ୧୪ ତାରିଖ ଦିନ ହାଇଦ୍ରାବାଦର ‘ଡକ୍ଟର୍ ରେଡିସ୍ ଲାବ୍ରୋଟୋରୀ’ ରେ ପ୍ରଥମ କରି ଭାରତରେ ‘ସ୍ପୁଟ୍ନିକ୍ ଭି’ ଟିକା ପ୍ରୟୋଗ କରାଯାଇଥିଲା । ରୁଷ୍ରୁ ‘ଡକ୍ଟର୍ ରେଡିସ୍ ଲାବ୍ରୋଟୋରୀ’ ଆମଦାନି କରୁଥିବା ଏହି ଟିକାର ମୂଲ୍ୟ ଭାରତୀୟ ବଜାରରେ ଡୋଜ୍ପିଛା ୯୯୫ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.