fbpx

ବିଦେଶ ଗଲେ ନେବାକୁ ହେବ ଆଗୁଆ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହରରେ କବଳିତ ହୋଇଛି ସାରା ରାଜ୍ୟ । ଅବଶ୍ୟ ଏବେ ସ୍ଥିତିରେ କିଛି ମାତ୍ରାରେ ସୁଧାର ପରିଲକ୍ଷିତ ହେଉଛି ତଥାପି ଟଳିନି ସଙ୍କଟ । ସେପଟେ ରାଜ୍ୟ ସରକାର ଟିକାକରଣକୁ ବ୍ୟାପକ କରିଛନ୍ତି । ତେବେ ଆଜି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଟିକାକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ତେବେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିଦେଶ ଯିବାକୁ ଥିବା ଲୋକଙ୍କୁ ଧାର୍ଯ୍ୟ ସମୟ ପୂର୍ବରୁ ମିଳିବ ଟିକା । ପାଠ ପଢ଼ିବା ବା ଟୋକିଓ ଅଲିମ୍ପିକ୍ସ ଯିବାକୁ ଥିଲେ ମିଳିବ ଆଗୁଆ ଟିକା । କେନ୍ଦ୍ରର ଗାଇଡଲାଇନ ଅନୁସାରେ ସବୁ ଜିଲ୍ଲାପାଳଙ୍କୁ ଏସିଏସଙ୍କ ନିର୍ଦ୍ଦେଶ । ନିର୍ଦ୍ଧାରିତ ସମୟ ପୂର୍ବରୁ ୨ୟ ଡୋଜ୍ କୋଭିସିଲ୍ଡ ଦେବାକୁ ନିର୍ଦ୍ଦେଶ । ଧାର୍ଯ୍ୟ ସମୟ ୨୮ ଦିନ ପରେ ଓ ୮୪ ଦିନ ପୂର୍ବରୁ ଟିକା ଦେବାକୁ ନିର୍ଦ୍ଦେଶ ।

Get real time updates directly on you device, subscribe now.