fbpx

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗିଲା ୧୪୪ ଧାରା

ବ୍ରହ୍ମଗିରି,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ବ୍ରହ୍ମଗିରି ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । କଟକଣା ଅନୁସାରେ, ମୋଟ ୩୦ ସେବାୟତଙ୍କୁ ନେଇ ଅଲାରନାଥଙ୍କ ଚନ୍ଦନ ଯାତ୍ରା ହେବ । ଅଲାରନାଥ ମନ୍ଦିର ଓ ଚନ୍ଦନ ପୋଖରୀ ଚାରିପଟେ ୧୪୪ ଧାରା ଲାଗୁ ହୋଇଛି । କାଲି ଦିନ ୨ଟାରୁ ରାତି ୧୦ଟା ଯାଏଁ ୧୪୪ ଧାରା ଲାଗୁ ହେବ ।

Get real time updates directly on you device, subscribe now.