fbpx

(Video) ପୃଥିବୀ କେମିତି ଘୂରୁଛି ଦେଖନ୍ତୁ: ପ୍ରକୃତିର ବାସ୍ତବତାକୁ ଥରେ ଅନୁଭବ କରନ୍ତୁ

ନୂଆଦିଲ୍ଲୀ: ଆପଣମାନେ କେବେ ପୃଥିବୀ ଘୁରୁଥିବାର ଦେଖିଛନ୍ତି । ପୃଥିବୀ ୨୪ ଘଣ୍ଟାରେ ଥରେ ଚକ୍କର ଲଗାଇଥାଏ । ଏହି ଚକ୍କର ପୃଥିବୀ ଘଣ୍ଟା ପ୍ରତି ୧୬୭୪ କିଲୋମିଟର ବେଗରେ ଲଗାଇଥାଏ । ପୃଥିବୀ ୨୩ ଘଣ୍ଟା, ୫୬ ମିନିଟ ଓ ୪ ସେକେଣ୍ଡର ନିଜର ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିଥାଏ । ଏଥିରେ ଅଧା ଦିନ ଓ ଅଧା ରାତି ରହିଥାଏ । ଆମେ ପୃଥିବୀ ପୃଷ୍ଠରେ ଚଲାବୁଲା କରିବା ସହ ଶୋଇଥାଉ । ମାତ୍ର ଆମକୁ ଏହାର ସାମାନ୍ୟ ଝଲକ ଅନୁଭବ ହୋଇ ନଥାଏ ।

ତେବେ ପୃଥିବୀର ଗତି ଓ ଘୂର୍ଣ୍ଣନକୁ ଦେଖାଇବା ପାଇଁ ବୈଜ୍ଞାନିକମାନେ ମହାକାଶ ଷ୍ଟେସନରୁ ବା କୌଣସି ଉପଗ୍ରହ ଦ୍ୱାରା ଏକ ଭିଡିଓ ପ୍ରସ୍ତୁତ କରିଥାନ୍ତି । ଆପଣ ଧରିତ୍ରୀ ପୃଷ୍ଠରେ ଛିଡ଼ା ହୋଇ କେବେ ବି ପୃଥିବୀର ଘୂର୍ଣ୍ଣନ ଦେଖି ପାରିବେ ନାହିଁ । ତେବେ ଏନେଇ ଜାରି ହୋଇଥିବା ଭିଡିଓରୁ ଆପଣ ପୃଥିବୀର ପ୍ରକୃତ ରୂପକୁ ଅନୁଭବ କରିପାରିବେ । କେବଳ ଏତିକି ନୁହେଁ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କରିବା ବେଳେ ଦ୍ରୁତ ଗତିରେ ଚାଲିଥାଏ । ଏ କ୍ଷେତ୍ରରେ ପୃଥିବୀର ସ୍ପିଡ ୧.୦୭ ଲକ୍ଷ କିମି ହୋଇଥାଏ ।

ପୃଥିବୀର ମଧ୍ୟଭାଗରେ ଥିବା ଭୂମଧ୍ୟ ରେଖା ଯୁକ୍ତ ଭାଗ ଅଧିକ ଓସାର ହୋଇଥାଏ । ଏହାର ବ୍ୟାସ ୪୦,୭୦୦ କିମି ଅଟେ । ଏହି ରେଖା ଉପରେ ଧରିତ୍ରୀର ଗତି ଘଣ୍ଟାକୁ ୧୦୩୭ କିମି ହୋଇଥାଏ । ମାତ୍ର ଏହା ଧ୍ରୁବ ଆଡ଼କୁ ଗତି କଲା ପରେ ତା’ର ଗତିରେ କ୍ରମଶଃ ହ୍ରାସ ଘଟିଥାଏ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ୧୪.୯ କୋଟି କିମି ଅଟେ । ତେବେ ଟ୍ୱିଟରରେ ଶେୟାର କରାଯାଇଥିବା ୧୪ ସେକେଣ୍ଡର ଭିଡିଓରେ ପୃଥିବୀ ଘୂରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.