fbpx

ସେଲଫି ମାୟାରେ ବାୟା ଜମାରୁ ହୁଅନ୍ତୁ ନାହିଁ, ଏହା ଆପଣଙ୍କର ଜୀବନହାନୀର କାରଣ ସାଜିପାରେ, ଜାଣନ୍ତୁ କିପରି

ସେଲଫି ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ । ତେବେ ସେଲଫିର କୁପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ । ସାମାନ୍ୟ ଫଟୋ ହେଲେ ବି ଏହାଦ୍ୱାରା ଆପଣ ବହୁ ବଡ଼ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ଆସନ୍ତୁ ଜାଣିବା ସେଲଫି ଦ୍ୱାରା ଆପଣମାନଙ୍କର କଣସବୁ କ୍ଷତି ଘଟିଥିବାର ସମ୍ଭାବନା ରହିଛି ।

ସେଲଫି ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ଏକଥା ସତ୍ୟ ଅଟେ । ଯଦି ଆପଣ ଦୁଇ ବାହୁ ପ୍ରସାରିତ କରି, ହାତ ଗୋଡ଼ ବଙ୍କା କରି, ଉଚ୍ଚ ଅଟ୍ଟାଳିକାର ଧାରରେ ଠିଆହାଇ, ଚଳନ୍ତା ଯାନ ଉପରେ ବସି, ପାହାଡ଼ର ପ୍ରାନ୍ତରେ ସେଲଫି ନେଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସାମାନ୍ୟ ନିୟନ୍ତ୍ରଣ ହରାଇଲେ ଆପଣଙ୍କ ଶରୀରରେ ଗଭୀର ଚୋଟ ଲାଗିବା ସହ ଜୀବନ ବି ଚାଲିଯାଇପାରେ । ସେଥିପାଇଁ ଫିଜିଓଥେରାପିଷ୍ଟ ଓ ଡାକ୍ତରମାନେ ଏଭଳି ମୁଦ୍ରାରେ ସେଲଫି ନ ନେବାକୁ ପରାମର୍ଶ ଦେଇଥାନ୍ତି ।

ଅଧିକାଂଶ ଯୁବପୀଢ଼ି ଟିକିଏ ପ୍ରଶଂସା ପାଇବା ପାଇଁ ସେଲଫି ମାୟାରେ ବାୟା ହେଉଥିବା ଦେଖାଯାଉଛି । ଡାକ୍ତରଙ୍କ ମତରେ, ‘ଆମେମାନେ ଏଭଳି ଏକ ଯୁଗରେ ବାସ କରୁଛେ, ଯେଉଁଠାରେ ମୋବାଇଲ ଆମ ଜୀବନର ଅନିବାର୍ଯ୍ୟ ଅଙ୍ଗ ହୋଇପଡ଼ିଛି । ଯଦିଓ ମୋବାଇଲ ଆମର ଜୀବନକୁ ସହଜ କରିଦେଇଛି, ତଥାପି ଆମେମାନେ ଏହାର ସୀମାକୁ ଅତିକ୍ରମ କରିବା ଅନୁଚିତ ।’ ଅର୍ଥାତ ମୋବାଇଲର ମାତ୍ରାଧିକ ଦୂରୁପଯୋଗ ହିଁ ଅନେକଙ୍କ ଜୀବନହାନୀର କାରଣ ସାଜୁଛି । ବିଶେଷଜ୍ଞଙ୍କ ମତରେ, ସେଲଫି ନେବା ଫଳରେ ଆମର ଉଭୟ ଶାରୀରିକ ଓ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ । ବାରମ୍ବାର ସ୍ମାର୍ଟଫୋନର ଆଲୋକ ଓ ଇଲେକ୍ଟ୍ରୋନିକ ବିକିରଣ ଚର୍ମକୁ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.